ଅପରାଧଓଡିଶାରାଜନୀତି

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏନେଇ ଶ୍ରୀ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। କୋର୍ଟଙ୍କ ସର୍ତ୍ତ ଅନୁସାରେ ବର୍ଷେ ଯାଏ ନିର୍ବାଚନମଣ୍ଡଳୀକୁ ଯାଇପାରିବେ ନାହିଁ। ଯଦି କୌଣସି କାରଣ ପାଇଁ ନିର୍ବାଚନମଣ୍ଡଳୀ ଗସ୍ତ କରନ୍ତି ତେବେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ ବୋଲି କୋର୍ଟ କହିଛନ୍ତି। ଏହାଛଡା ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ। ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୧୨ ତାରିଖରେ ବାଣପୁର ବ୍ଲକରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ମଡାଇ ଦେଇଥିଲେ। ସେ ସମୟରେ ବିଜେପି କର୍ମୀଙ୍କ ରାଲି ଚାଲିଥିବା ସମୟରେ ବିଧାୟକ ତାଙ୍କ ଗାଡିକୁ ଶୋଭାଯାତ୍ରା ମଧ୍ୟକୁ ନେଇ ଯାଇଥିଲେ। ସମ୍ପୃକ୍ତ ଘଟଣାରେ ୨୫ ଜଣ ଲୋକ ଆହତ ହୋଇଥିଲେ। ଏହି ସମୟରେ ବିଜେପି କର୍ମୀ ଉତ୍ୟକ୍ତ ହୋଇ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ପ୍ରବଳ ମାଡ ମାରିଥିଲେ। ବିଧାୟକଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ଫେରିବା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଏପ୍ରିଲ ୨୨ରେ ବିଧାୟକଙ୍କୁ ୭ ଦିନ ଲାଗି ଜାମିନ ମିଳିଥିଲା।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

mahabharatanews

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews