ଓଡିଶା

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

ଭୁବନେଶ୍ବର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଜୁନ ୩୦ ମଧ୍ୟରେ ମାଟ୍ରିକ ଖାତା ଦେଖା ସରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ ଶିକ୍ଷକ । ଲକ୍ ଡାଉନ୍ ସମୟରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସବୁ ପିଲାଙ୍କ ପାଖରେ ଅନଲାଇନରେ ପଢିବା ସୁବିଧା ନାହିଁ। ରାଜ୍ୟରେ ମୋଟ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଲକ୍ଷ ଅନଲାଇନ ଅଧ୍ୟୟନ କରିପାରୁଛନ୍ତି । ତେଣୁ ବହି ପହଞ୍ଚି ସାରିଥିବା ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଖକୁ ଶିକ୍ଷକ ଯାଇ ସେମାନଙ୍କୁ ପଢାବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି ।
ଗଣଶିକ୍ଷା ବିଭାଗ ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ୪ଟି କମିଟି ଗଠନ କରିଛି । ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା କମିଟି ଓ ଏକାଦଶ ଓ ଦ୍ବାଦଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି ଗଠନ ହୋଇଛି। ଯେଉଁ ଛ।।ତ୍ରଛାତ୍ରୀଙ୍କ ପକ୍ଷେ ଅନଲାଇନ ଶିକ୍ଷା ସମ୍ଭବ ନୁହେଁ ସେମାନଙ୍କୁ ଶିକ୍ଷକ ଯାଇ ପାଠ୍ୟ ପୁସ୍ତକ ସହ ପଢାଇବାର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Related posts

ଆମ ଦୁର୍ଗାପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ

mahabharatanews

ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ 

mahabharatanews

ଜନଗହଳି ଦେଖି ଜଙ୍ଗଳ ମୁହାଁ ହେଲେ ଆଶ୍ରୟ ନେଇଥିବା ୨ ଭାଲୁ!

mahabharatanews