ଭାରତ

‘ଜି୨୦’ ବୈଠକକୁ ବିରୋଧ କଲା ଚୀନ

(କାଶ୍ମୀର) : କଶ୍ମୀରରେ ‘ଜି୨୦’ ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି । ଶୁକ୍ରବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି ଯେ, ‘ବିବାଦୀୟ’ ଅଞ୍ଚଳରେ କୌଣସି ପ୍ରକାରର ‘ଜି୨୦’ ବୈଠକକୁ ତୀବ୍ର ବିରୋଧ କରୁଥିବାରୁ ଚୀନ୍‌ ଏହି ବୈଠକରେ ଯୋଗ ଦେବନାହିଁ।

ସୂଚନାନୁଯାୟୀ ,ଶ୍ରୀନଗରରେ ହେବାକୁ ଥିବା ‘ଜି୨୦’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏହା ହେଉଛି ଚୀନ୍‌ ଦେଇଥିବା ପ୍ରଥମ କଠୋର ମନ୍ତବ୍ୟ। ମେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ କରାଯାଇଛି। ‘ଜି୨୦’ ବୈଠକ ଲାଗି ଶ୍ରୀନଗରରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ‌େ ଅଞ୍ଚଳରେ ଭୂମି ଓ ଆକାଶ ନିରାପତ୍ତା ବଳୟରେ ଥିବା ବେଳେ ‘ମେରାଇନ୍‌ କମାଣ୍ଡୋ’ ଏବଂ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡସ୍‌’ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।

Related posts

 ୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

mahabharatanews

ବିଗ୍ ବସ୍ ୧୭ରେ ହୋଷ୍ଟ କରିବେ କଙ୍ଗନା ରଣାୱତ୍

mahabharatanews

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

mahabharatanews