ବିଶ୍ୱ

 ହାର୍ବିନ୍‌ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ 

(ଚୀନ୍) : ଉତ୍ତର- ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ ଠାରେ ହାର୍ବିନ୍‌ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବରଫ ନିର୍ମିତ ବିଶାଳକାୟ ଭାସ୍କର୍ଯ୍ୟଗୁଡ଼ିକ ପ୍ରଦର୍ଶିତ ହୁଏ। ଆସନ୍ତା ଜାନୁଆରି ୫ ତାରିଖରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ।

ସୂଚନାନୁଯାୟୀ, ନିକଟସ୍ଥ ସୋଙ୍ଗୁଆ ନଦୀରୁ ସଂଗୃହୀତ ବରଫଖଣ୍ଡରୁ ବିଭିନ୍ନ ପ୍ରକାର ଭାସ୍କର୍ଯ୍ୟ ଓ ଅଟ୍ଟାଳିକା ସମେତ ବିରାଟ ଟାୱାର ମଧ୍ୟ ନିର୍ମିତ ହୋଇଛି।  ବଡ଼ଦିନ ପର୍ବ ଯୋଗୁଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ବରଫ ମହୋତ୍ସବ ଦେଖିବାର ମଜା ନେଇଥା’ନ୍ତି। ତେବେ ଚଳିତବର୍ଷ କୋଭିଡ୍‌ କଟକଣା ନଥିବାରୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି। ତାପମାତ୍ରା ବଢ଼ି ବରଫ ତରଳିବା ଉପରେ ନିର୍ଭର କରି ଆଗାମୀ ମାର୍ଚ୍ଚ ପ୍ରଥମାର୍ଦ୍ଧ ଯାଏ ଏହି ମହୋତ୍ସବ ଚାଲିବ ବୋଲି ଅନୁମାନ କରାଯାଏ।

Related posts

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews

ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍‌ ରାଷ୍ଟ୍ରପତି

mahabharatanews

ତିନି ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

mahabharatanews