ଭାରତ

କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ୬ରାଜ୍ୟରେ ସତର୍କ ସୂଚନା ଜାରି 

(ଦିଲ୍ଲୀ) : କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ୬ଟି ରାଜ୍ୟର ବିମାନବନ୍ଦରରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ରେକର୍ଡ କରାଯାଇଛି। ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ରାଜଧାନୀ ଦିଲ୍ଲୀ ଏବଂ ପାଲମ ବିମାନବନ୍ଦର ବ୍ୟତୀତ ପଞ୍ଜାବର ଅମୃତସର, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ମଧ୍ୟପ୍ରଦେଶର ଗ୍ୱାଲିୟର, ରାଜସ୍ଥାନର ଜୈସଲମେରରେ ଶୂନ୍ୟ ଦୃଶ୍ୟମାନତା ରେକର୍ଡ କରାଯାଇଛି।

ସୂଚନାନୁଯାୟୀ , ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ମଧ୍ୟ ଘନ କୁହୁଡ଼ି ଲାଗି ରହିଛି। ପାଣିପାଗ ବିଭାଗ କହିଛି ଯେ ନୂଆବର୍ଷରେ ଶୀତ ବଢ଼ିପାରେ। ଡିସେମ୍ବର ୨୫ରୁ ୨୮ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଚଣ୍ଡୀଗଡ଼ରେ କୁହୁଡ଼ି ବଢ଼ିବ। ପଞ୍ଜାବ ଓ ହରିୟାଣାରେ ଶୀତ ଲହରି ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦେଶର କୁହୁଡ଼ି ମାନଚିତ୍ର ଜାରି କରାଯାଇଛି। ଏଥର ନୂଆବର୍ଷ ଆରମ୍ଭରେ ବର୍ଷା ହେବାର ସମ୍ଭାବନା ରହିଛି।

 

Related posts

ଅଯୋଧ୍ୟାରେ ଭୋରୁ ଅସମ୍ଭଵ ଭିଡ଼ 

mahabharatanews

‘କାହା ପାଖରେ ରହିବି ଚିନ୍ତା କରିନାହିଁ’ ; ଅଞ୍ଜୁ 

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews