ବିଶ୍ୱ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ

ତାଇଓ୍ଵାନ-ଚୀନ୍‌ ଭିତରେ ଯୁଦ୍ଧ ଆଶଙ୍କା ।  ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍‌ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି ଜିନପିଙ୍ଗ । ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ସୈନିକଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରକୃତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାଙ୍କୁ ଜିନପିଙ୍ଗ କହିଛନ୍ତି । ଆମେରିକା ବାଚସ୍ପତିଙ୍କୁ ତାଇଓ୍ଵାନ୍‌ ରାଷ୍ଟ୍ରପତି ଭେଟିବା ପରେ ସମରାଭ୍ୟାସ କରିଥିଲା ଚୀନ। ତାଇଓ୍ଵାନ ସୀମାରେ କରିଥିଲା ୩ଦିନିଆ ସମରାଭ୍ୟାସ । ଯୁଦ୍ଧଭ୍ୟାସ ନାଁରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଥିଲା। ତାଇଓ୍ଵାନ ଉତ୍ତର, ଦକ୍ଷିଣ ଓ ପୂର୍ବ ସୀମାରେ ଥିବା ଜଳ ଓ ବାୟୁସୀମାରେ ଯୁଦ୍ଧାଭ୍ୟାସ କରିଥିଲା ଚୀନ। ଏପଟେ ଚଳିତ ସପ୍ତାହରେ ଫିଲିପାଇନ୍ସ ସହ ବିରାଟ ସମରଭ୍ୟାସ କରିବ ଆମେରିକା।

Related posts

ବରଫ ରନ୍‌ୱେ ଉପରେ ୭୮୭ ବିମାନର ସ୍ମରଣୀୟ ଅବତରଣ

mahabharatanews

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews

ଅଜଣା ରୋଗରେ ପୀଡିତ ପୁଟିନ; ଚିନ୍ତାରେ ଋଷ

mahabharatanews