ବିଶ୍ୱ

ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍‌ ରାଷ୍ଟ୍ରପତି

(ଚୀନ): ପୁରା ବିଶ୍ୱ କରୋନା ମହାମାରୀରୁ ଧୀରେ ଧୀରେ ବାହାରି ଆସୁଥିବା ବେଳେ ଚୀନରେ ପୁଣି ମୁଣ୍ଡ ଟେକିଛି ମହାମାରୀ। କରୋନାରେ କଲବଲ ହେଉଛି ଡ୍ରାଗନ। ଏହାରି ଭିତରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ନେଇ ଆସିଛି ବଡ ଖବର। ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍‌ ରାଷ୍ଟ୍ରପତି।

ଜିନପିଙ୍ଗକୁ ସେରେବ୍ରଲ ଏନ୍ୟୁରିଜିମ୍ ଭଳି ଗୁରୁତର ରୋଗ ହୋଇଛି। ଗତବର୍ଷ ଶେଷ ଆଡକୁ ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜିନପିଙ୍ଗଙ୍କ ଏହି ରୋଗକୁ ନେଇ ପୂର୍ବରୁ ଆଲୋଚନା ହେଉଥିଲା, କାରଣ ଗତ ବେଜିଂ ୱିଣ୍ଟର ଅଲିମ୍ପକ୍ସ ଚାଲିଥିବା ସମୟରେ ଜିନପିଙ୍ଗ କୌଣସି ଦେଶର ନେତାଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ଇଟାଲି ଗସ୍ତ ସମୟରେ ରାଷ୍ଟ୍ରପତି ଜିନପିଙ୍ଗ ବ୍ୟସ୍ତ ମନେ ହେଉଥିଲେ।

Related posts

 ଯୁଦ୍ଧକୁ ନେଇ ଭାବବିହ୍ୱଳ ହୋଇଗଲେ WHO ମୁଖ୍ୟ

mahabharatanews

ପ୍ରବଳ ବର୍ଷା ବେହାଲ ବେଜିଂ; ୧୮ ନିଖୋଜ

mahabharatanews

 ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ

mahabharatanews