ଅପରାଧ

ଡାକ୍ତରଙ୍କ ଭୂଲ ଔଷଧ ପାଇଁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

(ଜୟନ୍ତ କୁମାର ସେଠୀ/ ଗୋପ): ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ମୁଗୁରିଆ ଗାଁର ଏକ ଦେଢ଼ ବର୍ଷ ଶିଶୁର ମୃତ୍ୟୁକୁ ନେଇ ନାଗପୁର ଡାକ୍ତରଖାନା ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ଭୂଲ ଔଷଧ ପାଇଁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ଡାକ୍ତରଖାନା ସାମନାରେ ଧାରଣା ଦେଇଛନ୍ତି । । ମୁଗୁରିଆ ଗାଁର ମାନସୀ କାଣ୍ତି ଓ ତାଙ୍କ ସ୍ବାମୀ ତ୍ରିନାଥ କାଣ୍ତି ନିଜର ଏକମାତ୍ର ପୁଅକୁ ଜ୍ବର ହେବାରୁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ । କିନ୍ତୁ କରୋନା ସଂକ୍ରମଣ ଭୟରେ ଡାକ୍ତର ଦୂରରୁ ଶିଶୁଟିକୁ ଦେଖି ଔଷଧ ଲେଖି ଦେଇଥିଲେ । ପରେ ପରିବାର ଲୋକେ ଡାକ୍ତର ଲେଖିଥିବା ଅଲଗା ଅଲଗା ଔଷଧକୁ ଶିଶୁକୁ ଦେବାର କିଛି ସମୟ ପରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ତେବେ ଡାକ୍ତର ଜଣକ ଭୂଲ ଔଷଧ ଦେଇଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଶିଶୁର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଗାଁ ଲୋକେ ଘଟଣାର ତଦନ୍ତ ସହ ୨୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିବାରୁ ସ୍ଥାନୀୟ ପୋଲିସ ଓ ଗୋପ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ୍ଉପରେ ନଜର ରଖିଛନ୍ତି । ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଶିବ ପ୍ରସାଦ ମଙ୍ଗରାଜ କହିଛନ୍ତି ।

Related posts

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

mahabharatanews

୩ଲକ୍ଷ ଟଙ୍କା ସହ ୩ ଯନ୍ତ୍ରୀ ଅଟକ

mahabharatanews