Uncategorized

ସିଆରପିଏଫ ଏସଆଇ ଅଧିକାରୀଙ୍କୁ ଗୁଳିକରି ନିଜେ ଆତ୍ମହତ୍ୟା କଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ଜଣେ ଏସଆଇଙ୍କ ଗୁଳିରେ ଅଧିକାରୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଛନ୍ତି ଏସଆଇ । ନୂଆଦିଲ୍ଲୀର ଲୋଦୀ ଷ୍ଟେଟ୍‌ର ୬୧ ନମ୍ବର ବଙ୍ଗଳାରେ ଶୁକ୍ରବାର ରାତି ୧୦ଟାରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ସିଲ କରି ପୁଲିସ ତଦନ୍ତ ଜାରି ରଖିଛି । ଏସଆଇ କରନୈଲ ଜାମ୍ମୁ-କାଶ୍ମୀରର ବାସିନ୍ଦା ହୋଇଥିବାବେଳେ ଦଶରଥଙ୍କ ଘର ହରିୟାଣାରେ। ଉଭୟେ ୬୧ ନମ୍ବର ଲୋଦୀ ଷ୍ଟେଟ୍‌ ବଙ୍ଗଳାରେ ରହୁଥିଲେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆବଣ୍ଟିତ ଏକ ସରକାରୀ କ୍ୱାଟର ସିଆରପିଏଫର ଜବାନଙ୍କୁ ଦିଆଯାଇଥିଲା । କ୍ୱାଟରରେ ରହୁଥିବା ଏସଆଇ କରନୈଲ ସିଂହ(୫୫) ଏବଂ ତାଙ୍କ ଉପରିସ୍ଥ ଅଧିକାରୀ ଇନ୍ସପେକ୍ଟର ଦଶରଥ ସିଂହ(୫୬)ଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା। ଏହାକୁ ନେଇ ଏସଆଇ ଇନ୍ସପେକ୍ଟରଙ୍କ ଉପରେ ରାଗିଯାଇଥିଲା । ଏହାପରେ ରାତିରେ ଦଶରଥ ନିଜ ରୁମରେ ଖାଉଥିବା ସମୟରେ କରନୈଲ ନିଜ ସର୍ଭିସ ରିଭଲଭର ବାହାର କରି ଦଶରଥଙ୍କୁ ଗୁଳି କରି ହତ୍ୟା କରିଥିଲା । ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା ।

Related posts

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ଉତ୍ତପମ

mahabharatanews

ପାକିସ୍ତାନର ୩ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

mahabharatanews