ଶ୍ରୀନଗର: ଆଜି ଏକ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜମ୍ମୁର ଉଦାମପୁର ଜିଲ୍ଲା ଶିବ ଗର୍ହ ଧର ନିକଟରେ ହେଲିକପଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ପାଇଲଟ ଓ କୋ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ସେନା ପକ୍ଷରୁ କୁହାଯାଉଛି, ଆଜି ପାଟନିଟପରେ ତାଲିମ କାଳରେ ଏକ ସେନା ହେଲିକପ୍ଟର ଖସିପଡି ଗରଧର ଅଞ୍ଚଳରେ ପଡିଥିଲା । ଏଥିରେ ଦୁଇ ଜଣ ପାଇଲଟ ଆହତ ହୋଇଛନ୍ତି ଓ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପରେ ସୂଚନା ଦିଆଯାଇଥିଲା କି ଉଭୟଙ୍କର ମୃତ୍ୟୁ ହୋଇଛି । ଉଦ।।ମପୁର ଡିଆଇଜି ସୁଲେମନ ଚୌଧୁରୀ କହିଛନ୍ତି, ପୁଲିସ ହେଲିକପ୍ଟର ଦୁର୍ଘଟଣା ନେଇ ସୂଚନା ପାଇବା ପରେ ସଙ୍ଗେସଙ୍ଗେ ଉଦ୍ଧାର ପାଇଁ ଶିବ ଗରଧାର ଯାଇଥିଲା । ଅଧିକ କୁହୁଡି ପାଇଁ ଦୃଶ୍ୟରେ ସମସ୍ୟା ହୋଇ ସେଠାରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ହୋଇଥିଲା ବୋଲି ସେ ଆହୁରି କହିଛନ୍ତି । ପୁଲିସ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।
previous post
next post
