(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ କୋଭିଡ-୧୯ କେୟାର ହୋମ ଖୋଲାଯାଇଛି। କୋଭିଡ ମ୍ୟାନେଜମେଣ୍ଟ କମିଟି ପ୍ରତି ପରିବାରଙ୍କ ସ୍ୱସ୍ଥ୍ୟଗତ ଟିପଣୀ ସଂଗ୍ରହ କରିବ । ଯେଉଁ ମାନଙ୍କର ଥଣ୍ଡା, କାସ, ଜ୍ୱର, ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣ ଦେଖାଯିବ ସେମାନଙ୍କୁ ଚିହ୍ନଟ କରିବା ପରେ କୋଭିଡ କେୟାର ହୋମକୁ ପଠାଇବେ ବା ନିଜ ଘରେ ସଂଗରୋଧରେ ରହିବାକୁ କୋଭିଡ ମ୍ୟାନେଜମେଣ୍ଟ କମିଟି ପରାମର୍ଶ ଦେବେ । ଅନ୍ୟପକ୍ଷେ ସତ୍ୟବାଦୀ ବ୍ଳକରେ ୫ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେ ଗୁଡିକ ହେଲା ଶୁକଳ ଗ୍ରାମ ପଞ୍ଚାୟତର ବାତ୍ୟା ଆଶୟସ୍ଥଳୀ, ଅଳଗୁମ ପଞ୍ଚାୟତର ମାଳିସାହି ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ଦୁଗଲ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ, ବିଦ୍ୟାଧରପୁର ପଞ୍ଚାୟତର ବାତ୍ୟା ଆଶୟସ୍ଥଳୀ ଓ ବଳରାମପୁରଗଡ ବାତ୍ୟା ଆଶ୍ରୟସ୍ଥଳୀରେ ଖୋଲା ଯାଇଛି ବୋଲି ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଶୁକଳ ଓ ବିଦ୍ୟାଧରପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬ ଜଣ ପ୍ରବାସୀ ଓଡିଆ ରହିଛନ୍ତି । ସତ୍ୟବାଦୀରେ ୯୧ଟି କୋଭିଡ ମ୍ୟାନେଜମେଣ୍ଟ କମିଟିର ସଦସ୍ୟା ମାନଙ୍କୁ କୋଭିଡ-୧୯ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ମିଳିଛି ।
previous post