ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଣିଆ ବ୍ଲକ ଅନ୍ତର୍ଗତ ଆଡ଼କଟା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଥମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ ଆଡ଼କଟା ମହାବିଦ୍ୟାଳୟ ସଞ୍ଜୟ କୁମାର ପଣ୍ଡା, ସରପଞ୍ଚ ସୁଭାଷିନୀ ବାରିକ, ଜିଲ୍ଲା ପ୍ରମୁଖ, ଶିକ୍ଷା ବିକାଶ ସଂସ୍ଥାନ ଶ୍ରୀଧର ସାହୁ  ବିଶିଷ୍ଟ ଶିକ୍ଷାବିତ କୁଳମଣି ବାରିକ ଯୋଗଦାନ କରିଥିଲେ।

ଏଥିରେ ମୁଖ୍ୟ ଆକର୍ଷଣ ଓ ବାର୍ତ୍ତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସ୍ୱାଗତ ସଙ୍ଗୀତ ଏବଂ ଦେଶଭକ୍ତିମୟ ସଙ୍ଗୀତ ଗାନ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, କେବଳ ପାଠ୍ୟପୁସ୍ତକ ନୁହେଁ ବରଂ ନୈତିକ ମୂଲ୍ୟବୋଧ ଏବଂ ଗୁଣାତ୍ମକ ଶିକ୍ଷା ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଅପରିହାର୍ଯ୍ୟ। “ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହୋଇଥାଏ।” ।

ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ। ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଶିଶୁମାନଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ନୃତ୍ୟ, ସାମାଜିକ ନାଟିକା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ କାଳନ୍ଦୀ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠା ପରେ ଏହା ପ୍ରଥମ ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।  ଅଭିଭାବକ, ଶିକ୍ଷକ ଏବଂ ଆଡ଼କଟା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଉତ୍ସବଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଛି।

Related posts

ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡ଼ା

mahabharatanews

୫୪ତମ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀ

mahabharatanews

ଓଡ଼ିଶାରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଗିରଫ 

mahabharatanews