ଭାରତ

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ । ମଙ୍ଗଳବାର ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ବିକ୍ଷୋବ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳିଛି ।

ସୂଚନାନୁଯାୟୀ , ସମସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେଇଛି । ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ୍ ବାନ୍ସ , ବିଧାୟକ ସୋମନାଥ ଭାରତୀ ଏବଂ ଦିଲ୍ଲୀର ଡେପୁଟି ବାଚସ୍ପତି ରାଖୀ ବିର୍ଲାଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି । ଅରବିନ୍ଦ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଏହା ସୁନିଶ୍ଚିତ କରିଛନ୍ତି କି ହସ୍ପିଟାଲ ଓ କ୍ଲିନିକରେ ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହିଥାଉ ।

Related posts

ଧରାପଡ଼ିଲା ଇଗଲ

mahabharatanews

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ 

mahabharatanews

ମଧ୍ୟପ୍ରାଚ୍ୟରେ ବଢ଼ିଲା ଅସ୍ଥିରତା

mahabharatanews