(ଭୁବନେଶ୍ୱର) : ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଘର ଆଗରେ ମିଳିବ ପ୍ରାଣୀ ଚିକିତ୍ସା । ଏ ନେଇ ରାଜ୍ୟରେ ମୁଖମନ୍ତ୍ରୀ ଭ୍ରାମ୍ୟମାଣ୍ୟ ପ୍ରାଣୀଚିକିତ୍ସା ସେବା ଆରମ୍ଭ ହୋଇଛି । ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ପୂର୍ବରୁ ନିଯୁକ୍ତ ଯାନ ମାଧ୍ୟମରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସମସ୍ତ ଜିଲ୍ଲାରେ ୧୮୧ ଟି ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ବ୍ୟବହାର ପାଇଁ ନିଜସ୍ୱ ଯାନ ଯୋଗାଇ ଦେଇଛନ୍ତି ।
ସୂଚନାନୁଯାୟୀ ,ଏହା ଅଧିନରେ ଏହି ନୂତନ ଯାନଗୁଡିକ ରାଜ୍ୟରେ ମୁଖମନ୍ତ୍ରୀ ଭ୍ରାମ୍ୟମାଣ୍ୟ ପ୍ରଣୀଚିକିତ୍ସା ସେବା ଅଧୀନରେ ପଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବ୍ୟବହୃତ ହେବ । ଭିଡିଓ ବାର୍ତ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନଠାରୁ ଦୂର ସ୍ଥାନରେ ଅବସ୍ଥିତ ଗାଁର ପଶୁପାଳନ ତଥା କୃଷକମାନଙ୍କୁ ଘର ଦ୍ୱାର ଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ପାଇଁ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ କରିବ ।