ଓଡିଶା

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ଭୁବନେଶ୍ୱର ଜଟଣୀସ୍ଥିତ NISER କ୍ୟାମ୍ପସରେ ହୋମି ଭାବା କ୍ୟନ୍ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏଠାରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୧୫  ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।

ସୂଚନାନୁଯାୟୀ , ଏହି କର୍କଟ ଡାକ୍ତରଖାନା ପରିସରରେ ଏକ ଆହାର କେନ୍ଦ ମଧ୍ୟ ସ୍ଥାପନ କରାଯିବ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ୬୫ ଏକରରୁ ଅଧିକ ଜମି ଏବଂ ୧୫୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ଏସିଆର ଉନ୍ନତ ସାଇକ୍ଲୋଟ୍ରନ୍ ଗବେଷଣା କେନ୍ଦ୍ର ହେବ । ସ୍ୱାସ୍ଥ୍ୟସେବା ସରକାରଙ୍କ ପ୍ରାଥମିକତା ବୋଲି ଦର୍ଶାଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାର ଏକ ବୃହତ ପରିବର୍ତ୍ତନ ଘଟୁଛି । ଆମେ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରୁଛୁ । ସ୍ୱାସ୍ଥ୍ୟ ଶିକ୍ଷାକୁ ପ୍ରାଥମିକତା ଦେଉଛୁ ଏବଂ ଡାକ୍ତରଙ୍କ ନିୟମିତ ନିଯୁକ୍ତି କରୁଛୁ । ପ୍ରତିବର୍ଷ ନୂତନ ମେଡିକାଲ୍ କଲେଜଗୁଡ଼ିକ ତାଲିମପ୍ରାପ୍ତ ଡାକ୍ତରଙ୍କ ଏକ ବିଶାଳ ପୁଲ୍ ସୃଷ୍ଟି କରିବାକୁ ଆସୁଛନ୍ତି ।

Related posts

ନେତାଜୀ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

ମହିନ୍ଦ୍ରା ପିକପ ସହ ଗଞ୍ଜେଇ ଗିରଫ କଲା ପୋଲିସ

mahabharatanews