ଓଡିଶା

ବୃଦ୍ଧି ହେଲା ଆଶାକର୍ମୀଙ୍କ ମାସିକ ଦରମା

(ଭୁବନେଶ୍ୱର) : ଆଶାକର୍ମୀଙ୍କ ମାସିକ ଦରମାରେ ହେଲା ବୃଦ୍ଧି । ମାସିକ ପାରିଶ୍ରମିକ ୪ହଜାର ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱଚ୍ଛାନାନୁଯାୟୀ , ଏହା ସହ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି । ସେବା ନିବୃତ୍ତି ରାଶି 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ସେବା ନିବୃତ୍ତି ସମୟରେ ସେମାନେ୫୦ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯କୋଟି ୪୩ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ 55 ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ । ଏହାଦ୍ବାରା ରାଜ୍ୟର ୪୯ହଜାର ୫୨୨ଆଶା କର୍ମୀ ଉପକୃତ ହେବେ ।

Related posts

ବାଲ୍ୟ ବିବାହ,ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

mahabharatanews

ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews