(ଭୁବନେଶ୍ୱର) : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଅର୍ଥନୀତିର ସମୃଦ୍ଧି ହୋଇଛି ଲକ୍ଷ ଲକ୍ଷ ପୁଞ୍ଜି ରାଜ୍ୟକୁ ଆସୁଛି । ଓଡ଼ିଶା ବର୍ତ୍ତମାନ ରୁପାନ୍ତର ଯୁଗରେ ପହଞ୍ଚିଛି । ଦେଶ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗବେଷଣା ଆଦି କ୍ଷେତ୍ରରେ ଆଗୁଆ । ସେହିପରି ଭାରତରେ ବିକାଶ ସହ ତାଳ ଦେଇ ଆଗକୁ ବଢୁଛି ଓଡ଼ିଶା । ରାଜ୍ୟର ଗରିବୀ କମିବା ସହ ଅର୍ଥନୀତି ଏବେ ମଜବୁତ ହୋଇଛି ।
