ଭାରତ

‘ବିଜେପି ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରିବାକୁ ଚାହୁଁଛି’: ଦିଦି

(କୋଲକତା) :  ଟିମ୍‌ ଇଣ୍ଡିଆ ଜର୍ସିକୁ ନେଇ ଉଠିଲା ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ଟିସ୍ ଜର୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଦି ଟିମ୍ ଇଣ୍ଡିଆର ‘ଗେରୁଆ’ପ୍ରାକ୍ଚିସ୍ ଜର୍ସିକୁ ପସନ୍ଦ କରିନାହାନ୍ତି ତେଣୁ ସେ ଭାରତୀୟ ଜନତା ପାର୍ଟି କୁ ଟାର୍ଗେଟ କରିଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ଅଭ୍ୟାସ ଜର୍ସିକୁ ସମାଲୋଚନା କରି ସେ କହିଛନ୍ତି, ସେମାନେ ଅର୍ଥାତ୍ ବିଜେପି ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରିବା ପାଇ ଚେଷ୍ଟା କରାଯାଉଛି । ଟିମ୍ ଇଣ୍ତିଆ ପାଇଁ ମୁଁ ଗର୍ବିତ ଏବଂ ନିଶ୍ଚିତ ସେମାନେ ବିଶ୍ୱକପରେ ବିଜୟୀ ହେବେ । କିନ୍ତୁ ଯେତେବେଳେ ସେମାନେ ଅଭ୍ୟାସ କରନ୍ତି, ସେତେବେଳେ ସେମାନଙ୍କର ୟୁନିଫର୍ମ ମଧ୍ୟ ସାଫ୍ରନ୍ ହୋଇଯାଏ।” ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ସିଏମ୍ ମମତା ବାନାର୍ଜୀ କହିଛନ୍ତି, ଖେଳାଳୀମାନେ ପୂର୍ବରୁ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ । ହେଲେ ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇଯାଇଛି । କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁା ରଙ୍ଗରେ ରଙ୍ଗୀନ୍ କରାଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ବର୍ତ୍ତମାନ ସବୁ ଜିନିଷର ନାମ ବଦଳାଇବା … ସବୁକିଛିରେ ଗେରୁଆ ରଙ୍ଗ ଦେବା” ଏକ ସାଧାଣ ଅଭ୍ୟାସରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Related posts

ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଚିହ୍ନଟ 

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ୟୁକ୍ରେନରୁ ସମସ୍ତ ଭାରତୀୟଙ୍କୁ ଫେରେଇ ଆଣିବାକୁ ଚାଲିଛି ଯୋଜନା

mahabharatanews