ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଜୀବିକା ହରାଇ ଗରିବ ଖଟିଖିଆଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି। ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସିଛି । ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବାକୁ ଲାଗିଛି । ତେଣୁ ରାଜ୍ୟ ସରକାର ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ରାଜ୍ୟ ସରକାର ଯତ୍ନବାନ ହୋଇ ସେମାନଙ୍କୁ କାମ ଯୋଗାଇ ଦେବା ସହ ଉଚିତ ସମୟରେ ସେମାନଙ୍କ ପ୍ରାପ୍ୟ ମିଳିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ମଜୁରିଆଙ୍କୁ ମଜୁରୀ ଯୋଗାଇବା ସହ ମଜୁରୀ ସମୟରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଶ୍ରମିକଙ୍କ ମଜୁରୀ ପାଇବାରେ ବିଳମ୍ବ ହୁଏ ଏଥିନେଇ ଜିଲ୍ଲାପାଳ ଦାୟୀ ରହିବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନାର କାର୍ୟ୍ୟକାରିତା ନେଇ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ସତର୍କବାଣୀ ଶୁଣାଇଛନ୍ତି ।
ପ୍ରତି ଜିଲ୍ଲାରେ ରୋଜଗାର ଯୋଜନାର ସମୀକ୍ଷ।। ସହ ସବିଶେଷ ତଥ୍ୟ ଉପରେ ମୋ ସରକ।।ର କାର୍ଯ୍ୟ କରିବ । ଜିଲ୍ଲାପାଳମାନେ ହିତାଧିକାରୀଙ୍କୁ ମୋ ସରକାର ପ୍ଲାଟଫର୍ମ ଜରିଆରେ ନିୟମିତ ଫୋନ୍ କରି ମଜୁରୀ ବିଷୟରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
SR
