Uncategorized

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଥମିବାର ନାମ ନେଉନାହିଁ । ଏହି ପ୍ରତ୍ୟାହାର ଓ ଏମଏସପିକୁ ଆଇନରେ ପରିଣତ କରିବାକୁ ଚାଷୀ ଓ ବିରୋଧୀ ଦାବି କରୁଛନ୍ତି । ଚାଷୀ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । କିନ୍ତୁ କେନ୍ଦ୍ର ସରକାର ଏହାକୁ ଲାଗୁ ନ କରିବା ଜିଦରେ ଅଟଳ।

କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲ। କେନ୍ଦ୍ରର ଯୁକ୍ତି ରଖି କହିଛନ୍ତି, ଏମ୍ ଏସ ସ୍ୱାମୀ ନାଥନ କମିଟିର ଯେଉଁ ରିପୋର୍ଟକୁ ଲାଗୁ କରିବା ପାଇଁ କଂଗ୍ରେସ ଦାବି କରୁଛି ତାହାକୁ ନିଜେ କଂଗ୍ରେସ ୧୦ବର୍ଷ ହେବ ଚାପି ରଖିଥିଲା।ଏବେ ବିରୋଧୀ ହୋଇଥିବାରୁ ଏହି ରିପୋର୍ଟ ପାଇଁ ଚାଷୀଙ୍କୁ ବିଭ୍ରାନ୍ତ କରୁଛି । ଏହା ଚାଷୀ ପାଇଁ କ୍ଷତିକାରକ ହେବ । ଫ୍ରି ମାର୍କେଟ ସରକାର ନିୟନ୍ତ୍ରଣରେ ରହିଲେ ଚାଷୀ ନିଜ ଫସଲର ଦାମ ସ୍ଥିର କରି ପାରିବେ ନାହିଁ । ଫଳରେ ସେମାନଙ୍କୁ କ୍ଷତି ସହିବାକୁ ହେବ ।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏକ ସାକ୍ଷାତକାରରେ କହିଛନ୍ତି ହୋଟେଲକୁ ଗଲେ ଦୋକାନୀ ସ୍ଥିର କରେ ଖାଇବା ପ୍ଲେଟର ଦାମ କଣ ରହିବ, ଔଷଧର ଦାମ ଦୋକାନୀ ସ୍ଥିର କରେ। ଯଦି ଏବେ ସରକାର ଚାଷୀର ପରିଶ୍ରମର ମୂଲ୍ୟ ନିର୍ଦ୍ଦାରଣ କରିବେ ତେବେ ସେମାନେ କ୍ଷତିସହିବେ । ବିଶାଳ ରାଷ୍ଟ୍ରରେ ଭିନ୍ନଭିନ୍ନ ସ୍ଥାନରେ ସ୍ଥିତି ଭିନ୍ନ । ତେଣୁ ଫ୍ରି ମାର୍କେଟରେ ଚାଷୀ ନିଜ ଫସଲର ଦାମ ନିଜେ ସ୍ଥିର କରିଲେ ଲାଭ ପାଇ ପାରିବେ ।

SR

Related posts

କରୁଣା ନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

mahabharatanews

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews

ବିହାର ସରକାରଙ୍କ ବଡ ଘୋଷଣା: ଲାଞ୍ଚଖୋରଙ୍କୁ ଧରାଇଲେ ମିଳିବ ୫୦ ହଜାର ଟଙ୍କା

mahabharatanews