(ନୂଆଦିଲ୍ଲୀ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ସାରା ଦେଶରୁ ତାଙ୍କ ପାଖକୁ ଲୋକଙ୍କ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସେ ଦୀର୍ଘଜୀବୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଠ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଜିର ଦିବସକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସପ୍ତାହେ ପୂର୍ବରୁ ଦେବା ଦିବସ ଭାବେ ପାଳନ କରାଯାଉଛି । ଜନ୍ମଦିନ ଅବସରରେ ମୋଦିଙ୍କୁ ଦେଶ ବିଦେଶରୁ ବହୁ ନେତା, କଳାକାର, ଉଦ୍ୟୋଗପତି ଆଦି ଶୁଭେଚ୍ଛା ଜଣାଇଛନ୍ତି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ବହୁ ନେତା ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସାଧାରଣ ଜନତା ମଧ୍ୟ ସୋସିଆଲ ମିଡିଆରେ ମୋଦିଙ୍କ ସୁସ୍ଥ ଶରୀର ଓ ଦୀର୍ଘ ଜୀବନର କାମନା କରିଛନ୍ତି ।
Warm birthday wishes to Prime Minister Shri @narendramodi ji. May you be blessed with good health and long life.
— Naveen Patnaik (@Naveen_Odisha) September 17, 2020
