ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଚଳିତ ବର୍ଷ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି । ଫେବୃଆରୀ ମାସରୁ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନରେ ଶିକ୍ଷା ଦାନ ହେଉଥିବା ବେଳେ ଆଗକୁ ଥିବା ବୋର୍ଡ ପରୀକ୍ଷା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ପାଠପଢା ବାଧାପ୍ରାପ୍ତ ହୋଇଥିବା ବେଳେ କିପରି ହେବ ପରୀକ୍ଷା ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ । ଏହି ଚିନ୍ତା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି । ପତ୍ରରେ କୋଭିଡକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଜାତୀୟସ୍ତରରେ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଏଣ୍ଟ୍ରାନ୍ସ ଓ ନାମଲେଖା ପ୍ରକ୍ରିୟା ପରସ୍ପର ସହ ଜଡିତ । ତେଣୁ କୋଭିଡକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷାଗୁଡିକୁ ସୁରୁଖୁରୁରେ ପରିଚାଳିତ କରିବାକୁ ଜାତୀୟସ୍ତରରେ ଏକକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଫଳରେ ବୋର୍ଡ ପରୀକ୍ଷା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
SR