ଭାରତ

ନିଜେ ଗୁଳି କରି ଜୀବନ ହାରିଲେ  ଡିଆଇଜି’

(ତାମିଲନାଡୁ) : ଜୀବନ ହାରିଲେ କୋଇମ୍ବାଟୁର୍‌ ରେଞ୍ଜ୍‌ର ଡେପୁଟି ପୁଲିସ ଇନ୍‌ସ୍‌ପେକ୍ଟର୍‌ ବିଜୟକୁମାର । ଆଜି ସକାଳେ ତାମିଲନାଡୁର କୋଇମ୍ବାଟୁର୍‌ସ୍ଥିତ ତାଙ୍କ ସରକାରୀ ବାସଭବନରେ ପିସ୍ତଲ୍‌ ମାରିହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ କୋଇମ୍ବାଟୁର୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି।

ସୂଚନାନୁଯାୟୀ , ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ ଡିୟୁଟି କରୁଥିବା ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପାଖରୁ ସେ ଉକ୍ତ ପିସ୍ତଲ୍‌ଟି ମାଗି ଆଣିଥିଲେ।

Related posts

ଡିଜେ ବାଜିବା ପଡିଲା ମହଙ୍ଗା ; ୫୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

mahabharatanews

ନମାଜ ପଢ଼ିବାକୁ ଆଶାତୀତ ଭିଡ଼

mahabharatanews