ଓଡିଶାପାଣିପାଗ

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ। ଗତକାଲି ରାତିରେ  ୧୦ ଡ଼ିଗ୍ରୀ ତଳେ ୧୨ ସହର ର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍, ଝାରସୁଗୁଡାରେ ୭ ଡିଗ୍ରୀ, ଭବାନୀପାଟଣାରେ ୮.୮, ଦାରିଙ୍ଗବାଡି ୯ , ଅନୁଗୁଳରେ ୯,ରାଉରକେଲା ୯.୧,ସୁନ୍ଦରଗଡ ୯,୨, ନବରଙ୍ଗପୁର ୯.୮,ବଲାଙ୍ଗୀର ୧୦,କଟକରେ ୧୨.୬,ଏବଂ ଭୁବନେଶ୍ୱର ୧୩ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ  ସୁନ୍ଦରଗଡ଼, କନ୍ଧମାଳ ଓ ଝାରସୁଗୁଡାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Odisha in grip of cold wave, Sonepur records 4 degrees Celsius - The Hindu

ଉତ୍ତର-ପଶ୍ଚିମ- ଉତ୍ତର ଦିଗରୁ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏଁ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ ବୋଲି ଆଇଏମଡି ମଧ୍ୟ ସୂଚନା ଦେଇଛି । ବିଶେଷକରି, ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସୋନପୁର,କଳାହାଣ୍ଡି, ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଶୀତ ଲହରୀ ଓ ଘନ କୁହୁଡି଼ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଣିପାଗ ରେ କୌଣସି ପ୍ରକାର ବିଶେଷ ପରିବର୍ତ୍ତନ ହେବନି ବୋଲି ଜଣାପଡିଛି ।

Odisha to witness sharp dip in night temperatures: IMD predicts 17°C in  Bhubaneswar this week

Related posts

ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ ଗରୁତର

mahabharatanews

ମେ’ ୨୨ରୁ ହାତୀ ଗଣନା

mahabharatanews

ପୁରୀରେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

mahabharatanews