ଓଡିଶା

ଜିଲ୍ଲାପାଳଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ଷମତା ରହିଛି: ହାଇକୋର୍ଟ

କଟକ: ଜିଲ୍ଲାପାଳଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ରହିଛି । ତେଣୁ ଆବଶ୍ୟକସ୍ଥଳେ ଜିଲ୍ଲାପାଳ ଏହି କ୍ଷମତାର ବ୍ୟବହାର କରି ପାରିବେ ବୋଲି ହାଇକୋର୍ଟ ଏକ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ନୂଆପଡାର ଜଣେ ସରପଞ୍ଚଙ୍କ ପଦ ରଦ୍ଦ ମାମଲାକୁ ନେଇ ରିଟ ପିଟିସନ ହାଇକୋର୍ଟରେ ଦାୟର ହୋଇଥିଲା । ହାଇକୋର୍ଟ ଏହାର ଶୁଣାଣି କରି ଏହା କହିଛନ୍ତି ।
୨୦୧୭ ମସିହା ଫେବୃଆରୀ୨୭ରେ ମନୀତା ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ଜିତିଥିଲେ । ମାତ୍ର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳକୁ ତାଙ୍କୁ ୨୧ ବର୍ଷ ହୋଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେଣୁ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଥିଲେ ଜିଲ୍ଲାପାଳ । ତେଣୁ ସରପଞ୍ଚ ମନୀତାଙ୍କ ପଦ ଯାଇଥିଲା । ଏହା ବିରୋଧରେ ସରପଞ୍ଚ ମନୀତା ହାଇକୋର୍ଟରେ ଅପିଲ କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ କୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜିଲ୍ଳାପାଳଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ରିଟ ପିଟିସନ ଦାୟର ହୋଇଥିଲା । ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମାମଲାର ପୁନଃ ବିଚାର ପରି ଜିଲ୍ଲାପାଳଙ୍କ ଆଦେଶକୁ ସିଦ୍ଧ ଘୋଷଣା କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଆଇନଗତ ପଦକ୍ଷେପ ନେବାର କ୍ଷମତା ରହିଥିବା କହିଛନ୍ତି । ତେବେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ପଦରେ ରହିବେ କି ନାହିଁ ସେ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି ।

 

Related posts

ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ

mahabharatanews

ଏକାମ୍ରହାଟ ନବୀକରଣ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ରାଜଧାନୀରେ ହାତୀ ଉପଦ୍ରଵ,ଭାଙ୍ଗିଲା ପାଚେରୀ

mahabharatanews

Leave a Comment