ଅପରାଧ

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ । ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀଙ୍କୁ କାବୁ କରିନେଇଛି ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧାରି ପଡିଯାଇଛନ୍ତି କୃଷି ଅଧିକାରୀ । ଅଭିଯୋଗ ଆଧାରରେ ଭିଜିିଲାନ୍ସ ଗିରଫ କରିଛନ୍ତି ପାଢୀଙ୍କୁ । ଅଭିଯୋଗକାରୀ ଦୁର୍ଯ୍ୟୋଧନ ବାରିକଙ୍କ ସାର ଓ କୀଟ ନାଶକ ଦୋକାନର ପିଓଏସ ମେସିନ୍ ପାଇଁ ଅନୁମତି ପତ୍ର ମାଗିଥିଲେ । ଏହି ଅନୁମତି ଦେବାକୁ ଅଧିକାରୀ ତାଙ୍କଠାରୁ ୭ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ପାଢୀଙ୍କୁ ଧରିବାକୁ ଜାଲ ବିଛାଇଥିଲା । ପୂର୍ବ ଯୋଜନା ମୁତାବକ ଆଜି ଯେତେବେଳେ ଅଭିଯୋଗକାରୀ ବାରିକ ଦାବି ଅର୍ଥ ଦେଉଥିଲେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡିବସିଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ବଲାଙ୍ଗୀର ଖୋର୍ଦ୍ଧା ଜିଲ୍ଲ।।ର ତିନିଟି ସ୍ଥାନରେ ଚଢଉ କରି ତଦନ୍ତ ଚଳାଇଛି ।

 

Related posts

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews