ସିଲିଣ୍ଡର ପିଛା ୯୧ ଟଙ୍କା ୫୦ ପଇସାକୁ ହ୍ରାସ
ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡକୁ ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ୧୯ କିଲୋ ଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡରର ଦାମ ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଛି। ତେବେ କଲିକତାରେ ସିଲିଣ୍ଡିର ପିଛା ୧୦୦ ଟଙ୍କାକୁ ହ୍ରାସ ପାଇଛି। ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ପିଛା ୧୮୮୫ଟଙ୍କା ରହିଛି। ସେହିପରି କଲିକତାରେ ୧୯୯୫ ଟଙ୍କା ରହିଛି। ମୁମ୍ବାଇରେ ୧୮୪୪ ଟଙ୍କା ରହିଛି। ଚେନ୍ନାଇରେ ୨୦୪୫ ଟଙ୍କା ରହିଛି। ଗତ କିଛି ମାସ ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ହ୍ରାସ ପାଇବାରେ ଲାଗିଛି। ପ୍ରଥମେ ୧୯ ମଇରେ ଏହାପରେ ୧ ଜୁନରେ, ୧ ଜୁଲାଇ, ୬ ଜୁଲାଇରେ ୧ ଅଗଷ୍ଟରେ କ୍ରମାଗତ ଭାବେ ହ୍ରାଇ ପାଇ ଚାଲିଛି। ଏହି ଭଳି କ୍ରମାଗତ ଭାବେ ବାଣିଜ୍ୟିକ ସିଲିଣ୍ଡରରେ ହ୍ରାସ ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଗତ ୫ ମାସ ମଧ୍ୟରେ ଘରୋଇ ଏଲପିଜି ଦର ୧୦୦ ଟଙ୍କା ବୃଦ୍ଧି ପାଇଥିଲା। ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜିର ଦର ୧୫୩ ଟଙ୍କା ରହିଛି। ସେହିପରି କଲିକତାରେ ୧୦୭୯ ଟଙ୍କା, ମୁମ୍ବାଇରେ ୧୦୫୨ ଟଙ୍କା, ଚେନ୍ନାଇରେ ୧୦୫୮ ଟଙ୍କା ରହିଛି। ବାଙ୍ଗାଲୋରରେ ୧୦୫୫ ଟଙ୍କା ରହିଛି। ସେହିପରି ଓଡି଼ଶାର ବରଗଡ ଜିଲ୍ଲାରେ ଘରୋଇ ଏଲପିଜି ଦର ରାଜ୍ୟରେ ସର୍ବାଗ୍ରେ ରହିଛି। ବରଗଡରେ ଘରୋଇ ଏଲପିଜିର ଦର ୧୧୧୬ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ୧୦୭୯ ଟଙ୍କା ରହିଛି। ବାଲେଶ୍ୱରରେ ୧୦୯୫ ଟଙ୍କା ଅନୁଗୁଳରେ ୧୦୯୬ ଟଙ୍କା, କଟକରେ ୧୦୭୯ ଟଙ୍କା ରହିଛି।
previous post
next post