ଓଡିଶାରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ବିଜେଡିର ବଡ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ। ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ବଡ ପ୍ରସ୍ତୁତି କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏଥିପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଛି। ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏଥିପାଇଁ ମଧ୍ୟ ଦଳୀୟ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ପୁରସ୍କାର ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ପାଇଁ ଦଳର ୫ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଆସନ୍ତାକାଲି ଦିଲ୍ଲୀ ଯିବେ। ୬ ତାରିଖରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ତାଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯିବ। ୨୦୧୭ ମସିହାରେ ଆଉଟଲୁକ ମ୍ୟାଗାଜିନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୮ରେ ମହାରାଷ୍ଟ୍ରରେ ଆଇଆଇଏମ ଛାତ୍ର ସଂସଦ ପକ୍ଷରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରାଯାଇଥିଲା।

Related posts

ଆଇଏଏସ ସ୍ତରରେ ଅଦଳବଦଳ: ୪ ଜିଲ୍ଲାପାଳଙ୍କୁ ନୂଆ ଦାୟିତ୍ୱ

mahabharatanews

ଭଲ ପାଇ ବିବାହ କଲେ, ପରେ ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

mahabharatanews

ଦୈନିକ ୧୫ ହଜାର ପରୀକ୍ଷା ହେବ, ସୁରତରୁ ଟ୍ରେନରେ ଫେରିବେ ପ୍ରବାସୀ ଓଡିଆ

mahabharatanews