ଭାରତ

ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ବରିଷ୍ଠ ନେତା ମହମ୍ମଦ ଅଲୀ ଶବିର

(ଦିଲ୍ଲୀ) : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମହମ୍ମଦ ଅଲୀ ଶବିର । ହାଇଦ୍ରାବାଦରେ ଥିବା ଦର୍ଘା ହଜରତ ୟୁସୁଫାନିରେ ଚଦର ଚଢ଼ାଇ ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗୁରୁବାର ସୋନିଆ ଗାନ୍ଧିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଖବର ମିଳିଥିଲା। ସେ ଏବେ ଆଇସୋଲେସନରେ ଅଛନ୍ତି।

ହାଇଦ୍ରାବାଦର ନମପାଲ୍ଲୀରେ ଥିବା ଦର୍ଘାରେ ମହମ୍ମଦ ନିଜର ସମର୍ଥକଙ୍କ ସହ ପ୍ରାର୍ଥନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ମହମ୍ମଦ ଅଲୀ ଶବିର ଓ ତାଙ୍କ ସମର୍ଥକମାନେ ମର୍ମାହତ ହୋଇଥିଲେ। ଏହାପରେ ସେମାନେ ଏକାଠି ଯାଇ ଦର୍ଘା ହଜରତ ୟୁସୁଫାନିରେ ଚଦର ଚଢ଼ାଇ ପ୍ରାର୍ଥନା କରିଛନ୍ତି।

ସେ କହିଛନ୍ତି, ମେଡଚାଲ ଠାରେ ଚାଲିଥିବା ନବ ସଂକଳ୍ପ ଶିବିରରେ ଅନେକ ବରିଷ୍ଠ କଂଗ୍ରେସ ନେତା ଭାଗ ନେଇଥିଲେ। ଏହି ସମୟରେ ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ୪ କୋଟି ତେଲେଙ୍ଗାନାବାସୀଙ୍କ ଆଶୀର୍ବାଦ ସୋନିଆଙ୍କ ସହ ରହିଛି। ସେ ଶୀଘ୍ର ସୁସ୍ଥ ହୋଇଯିବେ ।

 

 

Related posts

ଡିପ୍‌ଫେକ୍‌ ମାମଲା :  ଆଇଟି ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି

mahabharatanews

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

mahabharatanews

ରାଜସ୍ଥାନ ବନ୍ଦ ଡାକରା

mahabharatanews