ଭାରତ

ଗିରଫ ହେଲେ କଂଗ୍ରେସ ବିଧାୟକ ସୁଖପଲ ସିଂହ 

(ପଞ୍ଜାଵ) : ଗିରଫ ହେଲେ ପଞ୍ଜାବର କଂଗ୍ରେସ ବିଧାୟକ ସୁଖପଲ ସିଂହ ଖେଇରା । ଏକ ପୁରୁଣା ଡ୍ରଗ୍ସ ମାମଲାରେ ପୋଲିସ ବିଧାୟକଙ୍କୁ ତାଙ୍କୁ ନିଜ ଚଣ୍ଡିଗଡ଼ ବାସଭବନରୁ ଗିରଫ କରିଛି । ଖୁବ ଶୀଘ୍ର ସୁଖପଲ ସିଂହଙ୍କୁ ଜଲାଲାବାଦ କୋର୍ଟରେ ହାଜର କରାଯିବ। ନାର୍କୋଟିକ୍ ଡ୍ରଗ୍ସ ଆଣ୍ତ ସାଇକୋଟ୍ରୋପିକ୍ ସବଷ୍ଟାନସ୍ପେସ୍ ଧାରା ଆଧାରରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ ଆଜି ତାଙ୍କ ଘରେ ଚଢାଉ କରିଥିଲା ।

ସୂଚନାନୁଯାୟୀ , ତେବେ ପୋଲିସ ଚଢାଇ ବେଳେ ସୁଖପଲ ସିଂହ ଖେଇରା ଫେସବୁକ୍ ଲାଇଭ୍ ଆସିଥିବାର ଦେଖିବା ପାଇଁ ମିଳିଥିଲା । ୨୦୧୫ରେ ମଧ୍ୟ ସୁଖପଲ ସିଂଙ୍କୁ ଇଡି ପଚରାଉଚରା କରିଥିଲା । ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ତଥା ନକଲି ରାକେଟକୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ନିକଟରେ ସୁଖପଲ ସିଂଙ୍କୁ AAP ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କ ବିବାହରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ପ୍ରଶ୍ନ କରିଥିଲେ । ରାଘବ କିପରି ଏତେ ଖର୍ଚ୍ଚ କରିପାରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ 7 ଷ୍ଟାର ହୋଟେଲରେ ବୁଲୁଛନ୍ତି, ବେଶ୍ ଆଡମ୍ବର ମାହୋଲରେ ବିବାହ କରୁଛନ୍ତି ।

Related posts

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

mahabharatanews

ମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁ

mahabharatanews

ଇନ୍ଦୋରରେ  ପ୍ରଧାନମନ୍ତ୍ରୀ 

mahabharatanews