ଓଡିଶା

 ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ କରିବ ସଂକୀର୍ତ୍ତନ

(ଭୁବନେଶ୍ୱର) :  ଆସନ୍ତା ନଭେମ୍ବର ୯ ତାରିଖରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ ଓଡ଼ିଶାର ସମସ୍ତ ବ୍ଲକ, ସବଡିଭିଜନ ଓ ଏନ୍‌ଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ରବିବାର ଏହା କହିଛନ୍ତି। କାର୍ତ୍ତିକ ପାଇଁ ପୁରୀରେ ଏବେ ହବିଶ୍ୟାଳିଙ୍କ ଭିଡ଼ ଜମିଛି। ଏବେ ତ କରୋନା ନାହିଁ। କାହିଁକି ଅନ୍ୟ ଦ୍ୱାର ଗୁଡିକୁ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନଭେମ୍ବର ୯ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସତ୍ୟା ଗ୍ରହ ଚଳିବ। ପୂର୍ବରୁ ୧୬ ତାରିଖରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ମନ୍ଦିର ପ୍ରଶାସକଙ୍କୁ ୪ଦ୍ବାର ଖୋଲିବା, ରତ୍ନଭଣ୍ଡରର ଗଣତି, ମଣତି ଓ ମରାମତି ସହ ବେଦାନ୍ତ ନେଇଥିବା ଜମିକୁ ଫେରାଇବ ପାଇଁ ଦାବି ପତ୍ର ଦେଇଥିଲା କଂଗ୍ରେସ। ଅକ୍ଟୋବର ୨୮ ତାରିଖ ଭିତରେ ଏଥିପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ସମୟ ଦେଇଥିଲା। ହେଲେ ତାହା ନ ହେବାରୁ ଭକ୍ତଙ୍କ ଉଦବେଗକୁ ସରକାର ଉପଲବ୍ଧି କରି ପାରୁନଥିବା କଂଗ୍ରେସ କହିଛି।

Related posts

ଆଜି ପଶ୍ଚିମବଙ୍ଗରେ ଭୋଟ ଗଣତି

mahabharatanews

୧୫ତମ ପାତାଳୀ ମହୋତ୍ସବ ଉଦଘାଟିତ

mahabharatanews

ମା’ ପିଣ୍ଡାଙ୍ଗି ବୁଢି ଠାକୁରାଣୀଙ୍କ ଗୁସୁ ପେନୁ ପୂଜା

mahabharatanews