ଓଡିଶା

ଉପଭୋକ୍ତାଙ୍କ ନିଦ ହଜାଇଛି ଟାଟା ପାୱାର୍

(ଦିବ୍ୟକାନ୍ତ ବେହେରା / ଚିଲିକା) : ଦିନକୁ ଦିନ ବଢିବାରେ ଲାଗିଛି ଟାଟା ପାୱାରର ଦୌରାତ୍ମ୍ୟ। ରାଜ୍ୟ ସରକାର କେଉଁ ଉଦ୍ଦେଶ୍ୟରେ ଶକ୍ତି ବିଭାଗକୁ ଟେକିଦେଇଥିଲେ ଟାଟା ହାତକୁ? କଣ ସବୁ ସର୍ତ୍ତ ରଖି ଟାଟା ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର? ରାଜ୍ୟବାସୀଙ୍କ ହିତକର ପାଇଁ ଟାଟା ସହ ଚୁକ୍ତି ହୋଇଥିଲା ନା ହାନି କରିବା ପାଇଁ?ପଡୋଶୀ ରାଜ୍ୟମାନେ ଓଡିଶାରୁ ଶକ୍ତି କିଣି ସେମାନେ ତାଙ୍କ ରାଜ୍ୟବାସୀଙ୍କୁ ଏତେ ଶସ୍ତାରେ ବିଜୁଳି ଯୋଗାଉଛନ୍ତି କିନ୍ତୁ ଆମ ରାଜ୍ୟରେ ବିଜୁଳି ଉତ୍ପାଦନ ହୋଇ ଆମେ କାହିଁ ଅଧିକ ଦର ୟୁନିଟ୍ ପିଛା ଦେଉଛେ? ଏତେ ସବୁ ପ୍ରଶ୍ନ ଭିତରେ ନିଦ ହଜିଛି ବିଜୁଳି ଉପଭୋକ୍ତାଙ୍କର । ଗତ ତିନିମାସ ହେବ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଦ୍ୟୁତ୍ ବିଭାଗ ଡିଭିଜନରେ ଗ୍ରାହାକଙ୍କୁ ଲୁଟିବାରେ ଲାଗିଛନ୍ତି ବିଭାଗୀୟ କତ୍ତୃପକ୍ଷ। ମେ ଜୁନ୍ ମାସରେ ମିଟର୍ ରିଡିଙ୍ଗ୍ ବିଲ୍ ଦେଲେ ନାହିଁ। ପରେ ଜୁନ୍ ମାସରେ ସମୁଦାୟ ୨ମାସ ବଦଳରେ ୫୪ ଦିନର ବିଲ୍ ଦେଇ ୟୁନିଟ୍ ହିସାବରେ ମାରିଚାଲିଲେ। ଯେଉଁଠି ୨ମାସରେ ୧୦୦ୟୁନିଟ୍ କୁ ୩ଟଙ୍କା ହବା କଥା ସେଠି ୫୪ଦିନର ବିଲ୍ ଦେଇ ୭୯ୟୁନିଟ୍ ପିଛା ୩ଟଙ୍କା ପକେଇ ଆଉ ବାକି ୟୁନିଟ୍ ୪ଟଙ୍କା୮୦ପଇସା ୟୁନିଟ୍ ପିଛା ପକାଇ ମିଟର୍ ବିଲ୍ ଦେଲେ। ସେହିପରି ଜୁଲାଇ ମାସର ରିଡିଙ୍ଗ୍ ବିଲ୍ ୨୧ଦିନର ଦେଇଛନ୍ତି। ମାସକୁ ୫୦ୟୁନିଟ୍ ବଦଳରେ ୩୪ୟୁନିଟ୍ କୁ ୩ଟଙ୍କା ଏବଂ ୩୪ୟୁନିଟ୍ ପରେ ୪ଟଙ୍କା ୮୦ପଇସା ପକେଇ ରିଡିଙ୍ଗ୍ ବିଲ୍ ଦେଉଛନ୍ତି। ଏଠି କହିରଖିବାକୁ ଚାହୁଁ ଉପଭୋକ୍ତାଙ୍କୁ ମାସକୁ ମାସ ବିଲ୍ ନ ଦେଇ, ୫୦ୟୁନିଟ୍ କୁ ୩ଟଙ୍କା ନ କରି , ୨୧ଦିନରେ ବିଲ୍ ଦବା , ୫୦ୟୁନିଟ୍ ପରିବର୍ତ୍ତେ ୩୪ୟୁନିଟ୍ ର ବିଲ୍ ଦବା ଏବଂ ବାକି ୧୬ୟୁନିଟ୍ କୁ ୧ଟଙ୍କା ୮୦ପଇସା ବା ୪ଟଙ୍କା ୮୦ ପଇସା କାହିଁକି ବିଲ୍ ଦେବା କେତେ ଦୂର ଯଥାର୍ଥ।ଜଣେ ଉପଭୋକ୍ତାଠାରୁ ୟୁନିଟ୍ ପିଛା ୧ଟଙ୍କା୮୦ପଇସା ନିଅନ୍ତି ତେବେ ଜୁଲାଇ ମାସରେ ୧୬ୟୁନିଟ୍ ରୁ ସମୁଦାୟ ୨୮ଟଙ୍କା୮୦ପଇସା ମାରୁଛି ବାଲୁଗାଁ ଡିଭିଜନ୍ ବିଦ୍ୟୁତ୍ ବିଭାଗ। ଯଦି ଏମିତି ଭାବେ ଉପଭୋକ୍ତାଙ୍କ ଠାରୁ ଆଦାୟ ହୁଏ ତା ହେଲେ କେତେ ଟଙ୍କା ଆସୁଥିବ? ଯଦି ଏତେ ଟଙ୍କା ଆସୁଛି ତା ହେଲେ ସେ ଟଙ୍କା କାହା ପାଖକୁ ଯାଉଛି? ବିଭାଗୀୟ ଅଧିକାରୀ ଏବଂ ଟାଟା ପାୱାର୍ ଭିତରେ ଥିବା ଛନ୍ଦର ଫନ୍ଦର ଭିତରେ ଚଳୁ ହୋଇଯାଉଛି କି ଟଙ୍କା? ଏହି ପ୍ରକାର ଅସୁବିଧା ନେଇ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଏଭଳି ଅସୁବିଦା ଆଗାମୀ ଦିନରେ ନ ହେବା ପାଇଁ ପ୍ରକାଶ କରିଛନ୍ତି ।ତେବେବ ବାଲୁଗାଁ ଡିଭିଜନର କାର୍ୟାଳୟ ସମ୍ମୁଖରେ ପଚାଷଢା ନର୍ଦ୍ଦମା ପାଣି ଜମି ଥିାବରୁ କୌଣସି ଉପଭୋକ୍ତା ସେଠାକୁ ଯିବାକୁ ମୁଣ୍ଠାବୋଧ ହେଉଛନ୍ତି ।

Related posts

‘ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ପ୍ରସିଦ୍ଧ ଭୀମକୁଣ୍ଡ ‘: 5-ଟି ସଚିବ

mahabharatanews

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

୫ଟି ସଚିବଙ୍କ କଟକ ଗସ୍ତ

mahabharatanews