(ରିପୋର୍ଟସ ଟୁଡ଼େ/ଶୁଭସ୍ମିତା ଦାଶ ): ସାରା ବିଶ୍ୱରେ ଏବେ କରୋନା ଚିନ୍ତା । ଚୀନରୁ ବ୍ୟାପିଥିବା ମୃତ୍ୟୁର ଏହି ଭାଇରସ ସାରା ବିଶ୍ୱରେ ତାର ତାଣ୍ଡବ ରଚିଚାଲିଛି । ଗୋଟେ ପରେ ଗୋଟେ ଦେଶକୁ ଏହା ନିଜ କବଳକୁ ଗ୍ରାସ କରିବାରେ ଲାଗି ପଡ଼ିଛି । ଏପରି ଏହି ଭାରଇସକୁ ବିଶ୍ୱସ୍ୱାସ୍ଥ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।
ଡ଼ାକ୍ତର ଓ ବିଶେଷଜ୍ଞ ମାନେ ଏହି ଭାଇରସର ପ୍ରତିଷେଧେକ ବାହାର କରିବାରେ ଦିନ ରାତି ଏକ କରିଦେଇଛନ୍ତି । ହେଲେ ମଧ୍ୟ ଏହି ଭାଇରସ କବଳରୁ ମୁକ୍ତି ପାଇବାର ବାଟ ବାହାରି ପାରୁନି । ଅନ୍ୟପଟେ ଏହି ଭାଇରସ ଯେ ବେକଳ ମୁତ୍ୟୁର ବିଭିସିକା ରଚି ଚାଲିଛି ତାହା ନୁହେଁ ବଞ୍ଚି ରହିଥିବା ଲୋକଙ୍କ ଜୀବନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି । ବର୍ତମାନ ସୁଦ୍ଧା ଏହି ଭାଇରସରୁ ଦୁରେଇ ରହିବା ପାଇଁ ଏକ ମାତ୍ର ଉପାୟ ରହିଛି ସଚେତନତା । ଆଉ ଏହି ସଚେତନା ଆମର ପରମ୍ପରାକୁ ମଧ୍ୟ ବଦଳାଇ ଦେଇଛି । ପୂର୍ବରୁ ଆମେ ସ୍ୱାଗତ କରିବ ପାଇଁ ପାଶ୍ଚାତ୍ୟ ପରମ୍ପରା ଆପଣାଇ ଥିଲେ । ଅର୍ଥାତ ଆମେ ଅନ୍ୟକୁ ସ୍ୱାଗତ କରିବା ପାଇଁ ହ୍ୟାଲୋ, ହାଣ୍ଡସେକ ସମତେ ଆଲିଙ୍ଗନ କରିଥାଉ । କିନ୍ତୁ ଏହି ଭାଇରସ ଆମକୁ ଆମ ପରମ୍ପରା ମହତ୍ୱ ବୁଝାଇ ଦେଇଛି । କାରଣ ବର୍ତମାନ ସ୍ୱାଗତ କରିବାର ତରିକାକୁ ବଦଳାଇ ଦେଇଛି ଏହି ଭାଇରସ । ସାରା ବିଶ୍ୱ ଏବେ ସ୍ୱାଗତ କରିବାର ଏକ ମାତ୍ର ବିକଳ୍ପ ଭାବେ ନମସ୍କାର କୁ ବାଛି ନେଇଛି । ଯେଉଁ ଦେଶ ନମସ୍କାରର ମହତ୍ତ୍ୱ ବୁଝି ନଥିଲେ ସେମାନଙ୍କ୍ୁ ଏହି ଭାଇରସ ନମସ୍କାର ର ପାଠ ପଢାଇଛି । କରାନା ପାଇଁ ଯେଉଁ ଆଡ଼ଭାଇଜରି ଜାରି ହୋଇଥିଲା ସେଥିରେ ପରସ୍ପର ସହିତ ହାତ ମିଳାଇବାକୁ ବାରଣ କରାଯାଇଛି । ଏହାର ପରେ ବିଶ୍ୱ ପରସ୍ପରକୁ ନମସ୍କାର କରିବାକୁ ବାଧ୍ୟ ହୋଇଛି । ଯେଉଁ ପରମ୍ପରାକୁ ଏହି ମଣିଷ ଆଧୁନିକତାର ଛାପରେ ଭୁଲି ଯାଇଥିଲା । ଏବେ ସାରା ବିଶ୍ୱ ଭାରତର ଏହି ପରମ୍ପରାକୁ କରୋନା ଭୟରେ ଆପଣେଡ଼ ନେଇଛି ।
ଗତାକଲି ଆମେରିକା ରାଷ୍ଟପତି ଡ଼ୋନାଲଡ଼ ଟ୍ରମ୍ପ ହ୍ୱାଇଟ ହାଉସରେ ଆୟରଲାଣ୍ଡର ପ୍ରାଧାନମନ୍ତ୍ରୀଙ୍କୁ ନମସ୍କାର କରି ସ୍ୱାଗତ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଟ୍ରମ୍ପ କହିଛନ୍ତି ଯେ ନିକଟରେ ଭାରତ ଯାଇଥିଲେ ସେଠାରେ ସମସ୍ତେ ଏପରି ନମସ୍କାର କରି ସ୍ୱାଗତ କରିଥିଲେ । ଏହା ସେଠାକର ସଂସ୍କୃତି । ବତର୍ମାନ କରୋନ ଯୋଗୁଁ ଏପରି କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି ।
ସେହିପରି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡ଼ିଓ ସୋସିଆଲ ମଡ଼ିଆରେ ଭାଇରାଲ ହେବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭାରତୀୟ ଶୈଳୀ ଆପଣାଇ ନମସ୍କାର କରିବାକ୍ୁ ଉପଦେଶ ଦେଉଛନ୍ତି ।
ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଆମ ଭାରତୀୟ ପରମ୍ପରା କେତେ ଉଚ୍ଚକୋଟୀର । ଯେଉଁ ପରମ୍ପରା ଘ।।ତକ ଭାଇରସରୁ ଆମକୁ ମୁକ୍ତି ଦେବାରେ ଏବ ବିକଳ୍ପ ସାଜିଛି । ସେ ଯାହା ଯେଉଁ ପୂରା ବିଶ୍ୱ ଏହି ଭାଇରସ ପାଇଁ ନିଜର ପରମ୍ପରାକୁ ଭୂଲି ଭାରତୀୟ ପରମ୍ପରାକୁ ଆପଣେଇଛି ବୋଲି କହିବା କିଛି ଭୂଲ ହେବ ନାହିଁ ।