ଓଡିଶା

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନାର ସ୍ଥିତି । ଆଜି ଆଉ ଜଣେ କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ୬୦ ବର୍ଷୀୟ ବୃଦ୍ଧବୋଲି ଜଣାପଡ଼ିଛି। ପୂର୍ବରୁ ସେ କ୍ୟାନସର ରୋଗରେ ପୀଡିତ ଥିଲେ । ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୬କୁ ବୃଦ୍ଧି ପାଇଛି । ଅନ୍ୟପଟେ ଆଜିର ମୃତ୍ୟୁକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱରରେ ୩ ଜଣଙ୍କ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ, ପୁରୀରେ ଜଣେ, ବରଗଡରେ ଜଣଙ୍କ ମୃତ୍ୟୁ ହୋଇଛି। ଏପ୍ରିଲରେ ରାଜ୍ୟରେ କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେ ୫ ଜଣଙ୍କ ଓ ଜୁନରେ ୯ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇସାରିଲାଣି।

Related posts

ସୀମାନ୍ତ ମୋଟୁ ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

mahabharatanews

ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳି

mahabharatanews

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews