ଓଡିଶା

କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ବଣ୍ଟନ

(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ସତ୍ୟବାଦୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଭାରତ ବିକାଶ ପରିଷଦ ପକ୍ଷରୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆର୍ସେନିକ ଆଲବମ ହୋମିଓପାଥି ଔଷଧ ବିଭିନ୍ନ ଗାଁ ମାନଙ୍କରେ ବିତରଣ କରାଯାଇଛି ।ଏହି ଅବସରରେ ମଧୁବନ ଗ୍ରାମପଞ୍ଚାୟତର ଡାହାଣ ଗ୍ରାମରେ ଔଷଧ ଓ ମାସ୍କ ବଣ୍ଟନ କରାଯାଇଥିଲା । ଗ୍ରାମବାସୀଙ୍କୁ କରୋନା ଭାଇରସ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଔଷଧ ବିତରଣ କାର୍ୟ୍ୟକ୍ରମରେ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ, ଉପସଭାପତି ନିହାର ରଞ୍ଜନ ସ୍ୱାଇଁ, ଅର୍ଥ ସଚିବ ନବଘନ ଶତପଥୀଙ୍କ ସହ ବିଜୟ କୁମାର ପରିଡା, ଲକ୍ଷ୍ମୀନାରାୟଣ ସ୍ୱାଇଁ, ଦୁଖିରାମ ମଲିକ ସହଯୋଗ କରିଥିଲେ । ଗ୍ରାମର ସ୍ୱେଚ୍ଛାସେବୀ ଶିବସୁନ୍ଦର ସ୍ୱାଇଁ, ହରିହର ସ୍ୱାଇଁ, ମାଧବ ଚନ୍ଦ୍ର ସ୍ୱାଇଁ ଓ ସ୍ୱାଧୀନ ସ୍ୱାଇଁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

mahabharatanews

ଅଭିଜିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

mahabharatanews