Uncategorized

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସର୍ବକାଳୀନ ରେକର୍ଡ ଭାଙ୍ଗି ଦେଇଛି । ଏହି ସମୟ ମଧ୍ୟରେ ୧୩ ହଜାର ୫୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୩୫୨କୁ ବୃଦ୍ଧି ପାଇଛି। ଏହା ସହିତ ଦିନକରେ ୩୩୬ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଛି। ୩ ଲକ୍ଷ ୮୦ ହଜାର ୩୫୨ସଂକ୍ରମିତଙ୍କ ମଧ୍ୟରୁ ୨ ଲକ୍ଷ ୪ ହଜାର ୭୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୬୩ ହଜାର ୨୪୮ ରୋଗୀ ସକ୍ରିୟ ଅଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୨୦ ହଜାର ୫୦୪ ଜଣ ସଂକ୍ରମିତ ହୋଇଥିବାବେଳେ ୫୭୫୧ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୯୭୯କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୧୯୬୯ ହୋଇଛି। ତାମିଲନାଡୁରେ ୫୨ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୨୫ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ବିହାର: ବିଧାନସଭାରେ ଏନଆରସି ବିରୋଧରେ ପ୍ରସ୍ତ।ବ ପାରିତ

mahabharatanews

ପାକ୍ ଅସ୍ତ୍ରବିରତି ଉଲଙ୍ଘନର ଭାରତ ଦେଲା କଡା ଜବାବ

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews

Leave a Comment