Uncategorized

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର – ସମ୍ବଲପୁର ମୁଖ୍ୟରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଧର୍ମୁ ଲୁହା (୨୮) । ଉଲୁଣ୍ଡା ଥାନା କୁଦପାଳି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଗଣ୍ଡାବାହାଲ୍ ଗ୍ରାମର ଧର୍ମୁ ଲୁହା (୨୮) ସମ୍ବଲପୁରରୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସମ୍ବଲପୁର-ସୋନପୁର ମୁଖ୍ୟରାସ୍ତାର ଉଲୁଣ୍ଡା ଥାନା କୁଦପାଲି ଛକ ନିକଟରେ ସେ ଗାଡି ଉପରୁ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଏକ ପୋଲରେ ଧକ୍କା ଦେଇଥିଲେ। ଦ୍ରୁ୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ଯାଉଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏନେଇ ଉଲୁଣ୍ଡା ଥାନାରେ ଏକ ଅପମୄତ୍ୟୁ ମାମଲା ରୁଜୁ ହେବା ସହ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି।

Related posts

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

mahabharatanews

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

mahabharatanews