ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମଣ କମିଛି। କରୋନା ସଂକ୍ରମଣ ୨ଶହ ତଳକୁ ଖସିଛି। ଗତକାଲି ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୭ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୬, ବରଗଡ଼ରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୧୦ ଜଣ, କଟକରୁ ୮ ଜଣ, ଦେବଗଡ଼ରୁ ୨ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୩୪, କୋରାପୁଟରୁ ୫, ମାଲକାନଗିରିରୁ୧, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୬, ପୁରୀରୁ ୭ ଜଣ, ରାୟଗଡ଼ାରୁ ୧, ସମ୍ବଲପୁରରୁ ୮ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୭ ଜଣ ଓ ଷ୍ଟେଟପୁଲରୁ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ଯାଏ ରାଜ୍ୟରେ ୧୩, ୨୭, ୮୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୬, ୮୧୪ ଜଣ ସୁସ୍ଥ ହୋଇଛନ୍ତି।

Related posts

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, କାମୁଡି ଛିଣ୍ଡାଇଲେ ଡାକ୍ତରଙ୍କ କାନ

mahabharatanews

ଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

Leave a Comment