ଓଡିଶା

ହିଞ୍ଜିଳୀରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

(ମହାଭାରତ, ହିଞ୍ଜିଳି): ହିଞ୍ଜିଳୀକାଟୁସ୍ଥିତ ସାଇନ୍ସ କଲେଜ ଖେଳ ପଡିଆ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାହାଯ୍ୟପ୍ରାପ୍ତ ପାଠାଗାରର ସଭାପତି ଦୀପକ କୁମାର ପରିଡାଙ୍କ ପରିଚାଳନାରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ମୋଟ ୯ଟି ଖେଳକୁ ନେଇ ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବିଡିଓ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ସାଇନ୍ସ କଲେଜର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର, ତ୍ରିରଙ୍ଗା ସେବକ ସଂଘର ସଭାପତି ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ । ଯୁବପିଢୀଙ୍କ କ୍ଷେତ୍ରରେ ଖେଳର ଉପକାରିତା ବିଷୟରେ ଅବଗତ କରିଥିଲେ । ଶେଷରେ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ନୀଳ ଭଉଳ ଧନ୍ୟବାଦ ଭାଷଣ ଦେଇ ସଭା ସମାପ୍ତି କରିଥିଲେ ।

Related posts

ପୁରୀ ହାଜତ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଆସନ୍ତା ୧୩ ତାରିଖ ଠାରୁ ଶନିବାର ଓ ରବିବାର ଦିନ ବିନା ବିରତିରେ ଖୋଲା ରହିବ ବିଡିଏ ଅଧୀନ ସମସ୍ତ ପାର୍କ

mahabharatanews

ଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତର

mahabharatanews