ଭାରତ

୧୦ଟି ରାଜ୍ୟରେ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ

(ଦିଲ୍ଲୀ)  : ଦେଶରେ କରୋନା ମହାମାରୀ ପୁଣି ଘନେଇବା ଆରମ୍ଭ କଲାଣି । ଯାହାକୁ ନେଇ ଚିନ୍ତା ଆରମ୍ଭ ହୋଇଯାଇଛି । ଏହାରି  ମଧ୍ୟରେ ଭାରତର ୧୦ଟି ରାଜ୍ୟରେ ଓମାଇକ୍ରନ୍‌ର ଏକ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଥିବା ଜଣେ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇ ନାହିଁ ।

 

ସେଥିମଧ୍ୟରେ ଦିଲ୍ଲୀରେ ୧, ହରିଆଣାର ୬, ହିମାଚଳ ପ୍ରଦେଶର ୩, ଜମ୍ମୁର ୧, କର୍ଣ୍ଣାଟକର ୧୦, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୭, ତେଲଙ୍ଗାନର ୨, ଉତ୍ତରପ୍ରଦେଶର ୧ ଓ ପଶ୍ଚିମବଙ୍ଗର ୧୩ଟି ସିକ୍ୱେନ୍ସ ରହିଛି । ଭାରତ ବ୍ୟତୀତ ଆଉ ୭ଟି ଦେଶ ଯଥା ଜାପାନ, ଜର୍ମାନୀ, ବ୍ରିଟେନ୍‌, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏହି ନୂଆ ଷ୍ଟ୍ରେନ୍‌ ନେଇ ରିପୋର୍ଟ ଦେଇଛନ୍ତି । ଏହା ଚିନ୍ତାଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏପରିକି ପୂର୍ବରୁ ସଂକ୍ରମିତ ହୋଇସାରିଥିବା କିମ୍ବା ଉଭୟ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଭାଇରସ୍‌ରେ ସଂକ୍ରମିତ ହେବାର ଆଶଙ୍କା ରହିଥିବା କୁହାଯାଉଛି । ତେବେ ବିଏ.୨.୭୫ କେତେ ସଂକ୍ରମଣକ୍ଷମ ଓ ଆଗକୁ ଏହା ସଂକ୍ରମଣ ବଢ଼ାଇବ କି ନାହିଁ ତାହା ଉପରେ ପରୀକ୍ଷା କରାଯାଉଛି । ଖୁବଶୀଘ୍ର ଏହା ଜଣାପଡିବ । ପୂର୍ବରୁ ଓମାଇକ୍ରନର ସବ୍‌ ଭାରିଆଣ୍ଟ ବିଏ.୧, ବିଏ.୨, ବିଏ.୩, ବିଏ.୪ ଓ ବିଏ.୫ ଚିହ୍ନଟ ହୋଇଥିଲା ।

Related posts

“ଜିତିବା ପାଇଁ ବ୍ୟାନର ଏବଂ ପ୍ରଚାରର ଆବଶ୍ୟକତା ନାହିଁ” ନିତିନ ଗଡକରୀ

mahabharatanews

ଗୋଟିଏ ଫ୍ରେମରେ ଅମ୍ବାନୀଙ୍କ ପୂରା ପରିବାର

mahabharatanews

ଥମୁନି କୃଷକ ଆନ୍ଦୋଳନ ,ଜଣେ ମୃତ 

mahabharatanews

Leave a Comment