(ନୂଆଦିଲ୍ଲୀ): ଭାରତରେ ମାହମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଜୁଲାଇ ୩ ତାରିଖ ସକାଳ ସୁଦ୍ଧା ସମଗ୍ର ଦେଶରେ ୬ ଲକ୍ଷ ୨୫ ହଜାର ୫୪୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୭୯୮୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ଅବଶିଷ୍ଟ ୧୮ ହଜାର ୨୧୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୨୦,୯୦୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୪୩୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୧ଲକ୍ଷ ୮୬ ହଜାର ୬୨୬ ଜଣ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରୁ ୧୬୦୯୭, ଅରୁଣାଚଳ ପ୍ରଦେଶରୁ ୧୯୫, ଆସାମ ୯୦୧୩, ବିହାର ୧୦୪୭୧, ଚଣ୍ଡିଗଡ଼ ୪୫୦, ଛତିଶଗଡ଼ ୩୦୧୩, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୨୩୦, ଦିଲ୍ଲୀ ୯୨ ହଜାର ୧୭୫, ଗୋଆ ୧୪୮୨, ଗୁଜରାଟ ୩୩,୯୧୩, ହରିୟାଣା ୧୫,୫୦୯, ହିମାଚଳ ପ୍ରଦେଶ ୧୦୧୪, ଜମ୍ମୁ ଓ କଶ୍ମୀର ୭୮୪୯, ଝାଡ଼ଖଣ୍ଡ ୨୫୮୪, କର୍ଣ୍ଣାଟକ ୧୮ ହଜାର ୧୬ ଜଣ, କେରଳ ୪ ହଜାର ୭୫୩, ଲଦାଖ ୯୯୦, ମଧ୍ୟପ୍ରଦେଶ ୧୪ ହଜାର ୧୦୬, ମଣିପୁର ୧୨୭୯, ମେଘାଳୟ ୫୬, ମିଜୋରାମ ୧୬୨, ନାଗାଲାଣ୍ଡ ୫୦୧, ଓଡ଼ିଶା ୭ହଜାର ୫୪୫, ପୁଦ୍ଦୁଚେରୀ ୮୦୨, ପଞ୍ଜାବ ୫୭୮୪, ରାଜସ୍ଥାନ ୧୮ ହଜାର ୬୬୨, ସିକିମ୍ ୧୦୨, ତାମିଲନାଡୁ ୯୮ ହଜାର ୩୯୨, ତେଲେଙ୍ଗାନା ୧୮ ହଜାର ୫୭୦, ତ୍ରିପୁରା ୧୪୩୫, ଉତ୍ତରାଖଣ୍ଡ ୨୯୮୪, ଉତ୍ତରପ୍ରଦେଶ ୨୪ ହଜାର ୮୨୫, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ ୧୦୯ ଓ ପଶ୍ଚିମବଙ୍ଗରୁ ୧୯ ହଜାର ୮୧୯ ଜଣ ରହିଛନ୍ତି।
previous post