Uncategorized

ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

(ଭୁବନେଶ୍ୱର): ରାଜ୍ୟରେ ମହାମାରୀ କରୋନାରୁ ଆଉ ୧୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ସମୁଦାୟ ୩୮୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ସୋମବାର ସୁସ୍ଥ ହୋଇଥିବା ୧୪୩ ଜଣଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଅଛନ୍ତି । ସେହିପରି ବରଗଡରୁ ୧୫, ମାଲକାନାଗିରିରୁ ୧୫, ପୁରୀରୁ ୧୫, ବଲାଙ୍ଗୀରରୁ ୧୨,କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୁରଭଞ୍ଜରୁ ୮, କେନ୍ଦ୍ରାପଡାରୁ ୬, ବାଲେଶ୍ୱର, ଢେଙ୍କାନାଳ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ବେଳେ ଭଦ୍ରକ, ବୌଦ୍ଧ, ଜଗତସିଂପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଏବଂ କନ୍ଧମାଳ ଓ କେନ୍ଦୁଝରରୁ ୨ ଜଣ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ରାଜ୍ୟରେ ୧୬ ଜଣଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୬ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ୧୪୪୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ମୁଗଡାଲି କଟ୍ଲେଟ୍

mahabharatanews

ଜୀବନସାଥୀ ବାଛିଲେ ୧୧୦୦ ହିନ୍ଦୁ, ମୁସଲମାନ ଯୋଡି

mahabharatanews

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

mahabharatanews