Uncategorized

ଆଗାମୀ ଦିନରେ ଦେଶରେ କରୋନା ସ୍ଥିତି ଜଟିଳ ହେବ: ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଲାଣି । ତଥାପି ବିଶେଷଜ୍ଞମାନେ କହିଛନ୍ତି, ସବୁଠୁ ଖରାପ ସମୟ ଆସିନି । ସଚେତନ ନ ରହିଲେ ଏହି ସମୟ ଆସିବ । ତେଣୁ ଲୋକେ ସଚେତନ ହୋଇ ମାସ୍କ ବ୍ୟବହାର କରିବାଠୁ ଆରମ୍ଭ କରି ସାମାଜିକ ଦୂରତ୍ବ ରଖିବାକୁ ପରାମର୍ଶ ଦେଇଛନ୍ତି । ନୋହିଲେ ଆଗାମୀ ମାସଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯିବ ବୋଲି କହିଛନ୍ତି ବିଶେଷଜ୍ଞ। ବିଶେଷ କରି କୌଣସି ଲକ୍ଷଣ ନଥିବା ସଂକ୍ରମିତମାନଙ୍କ ଦ୍ବାରା ଏହା ପ୍ରବଳ ମାତ୍ରାରେ ବ୍ୟାପିବା ଆଶଙ୍କା ରହିଛି।
ଏହି ଲକ୍ଷଣବିହୀନ ସଂକ୍ରମକମାନେ ପରିସ୍ଥିତିକୁ ନିଜ ଅଜାଣତରେ ଜଟିଳ କରିଦେବେ । ସେମାନେ ସଂକ୍ରମିତ ଜଣାପଡି଼ଲା ବେଳକୁ ଅନେକଙ୍କୁ ସଂକ୍ରମିତ କରି ସାରିଥିବେ । ଅନ୍ୟ ଏକ ଅଧ୍ୟୟନରୁ ଲକ୍ଷଣବିହୀନଙ୍କ ଅପେକ୍ଷା ଲକ୍ଷଣଧାରୀଙ୍କ ଦ୍ବାରା କରୋନା ସଂକ୍ରମଣ ତିନିଗୁଣା ଅଧିକ ବୋଲି ସ୍ପଷ୍ଟ ହୋଇଛି । ସଂକ୍ରମଣର ବ୍ୟାପକତାକୁ ବିଚାର କଲେ ଲକ୍ଷଣବିହୀନ ସଂକ୍ରମଣ ହିଁ ଚିନ୍ତାର କାରଣ ପାଲଟିଛି । ତେବେ ଲକ୍ଷଣଧାରୀଙ୍କ ଦ୍ବାରା ସିଧାସଳଖ ସଂକ୍ରମଣ ହିଁ ପରିସ୍ଥିତିକୁ ଅଧିକ ଜଟିଳ ତଥା ଭୟାବହ କରିଦେଉଛିା କାରଣ ଚୀନ୍‌ର ଉହାନ ସହର ସ୍ଥିତ ଜୋଙ୍ଗାନ୍ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଲକ୍ଷଣବିହୀନମାନେ ୩ରୁ ୧୨ ଦିନ ଯାଏ ସଂକ୍ରମଣଶୀଳ ରହୁଥିବା ବେଳେ ଲକ୍ଷଣଧାରୀମାନେ ୧୬ରୁ ୨୪ ଦିନ ପର୍ୟ୍ୟନ୍ତ ସଂକ୍ରମଣ କରିବାରେ ସମର୍ଥ ଥିବା କୁହାଯାଇଛି । ଆମ ଦେଶରେ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Related posts

ଡେଲ୍ଟା ପ୍ଲସ ଭାରିଏଣ୍ଟ ହୋଇପାରେ ତୃତୀୟ ଲହରର କାରଣ

mahabharatanews

ଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର

mahabharatanews

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋଣ: ୮ ମୃତ

mahabharatanews