ଭାରତ

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

(ଦିଲ୍ଲୀ) :  ସାରା ଦେଶରେ କରୋନାଭାଇରସ୍ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ, କୋଭିଡ -19 ର ନୂଆ ଭାଇରସ ମଧ୍ୟ ଦିଲ୍ଲୀରେ ଚିହ୍ନଟ ହୋଇଛି । JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଗୋଟିଏରେ JN.1 ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବାବେଳେ ଦୁଇଟିରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , “JN.1 ହେଉଛି ସିକ୍ୱେନ୍ସିଙ୍ଗର ନୂଆ ଭାଇରସ ଏବଂ ଏହା ସାମାନ୍ୟ ସଂକ୍ରମଣର କାରଣ ଅଟେ। ଏହା ଦକ୍ଷିଣ ଭାରତରେ ବ୍ୟାପିଛି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।” ଏହା ସାମାନ୍ୟ ସଂକ୍ରମଣର କାରଣ ହୋଇଥାଏ। । ” JN.1 ର ପ୍ରଥମ ମାମଲା ବିଷୟରେ ଜଣେ ଅଧିକାରୀ କହିଛନ୍ତି ଯେ ରୋଗୀ ଜଣେ 52 ବର୍ଷ ବୟସ୍କା ମହିଳା, ଯିଏ ତିନିରୁ ଚାରି ସପ୍ତାହ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Related posts

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews

ରାଜଧାନୀରେ ବାଣ ମନା

mahabharatanews

ଆଜି ସ୍ଥାନାନ୍ତର ହେବ ଅମର ଯବାନ ଜ୍ୟୋତି

mahabharatanews