ଭାରତ

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

(ଦିଲ୍ଲୀ) : ସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନାନୁଯାୟୀ , ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହି ବୈଠକରେ କହିଛନ୍ତି ଯେ ଆମକୁ ସତର୍କ ରହିବା ଆବଶ୍ୟକ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ଏବେ ଏକାଠି ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତିର ମକ୍ ଡ୍ରିଲ୍ କରିବାକୁ ଏବଂ କୋଭିଡ୍ ତଦାରଖ ବୃଦ୍ଧି କରିବାକୁ ପଡିବ । ଏହା ବ୍ୟତୀତ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ ବଜାୟ ରଖିବାକୁ ପଡିବ ଯାହା ଦ୍ଵାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

Related posts

ବିଶ୍ୱକୁ କରୋନା ମହାମାରୀ ଭୟ

mahabharatanews

କେଜ୍ରିୱାଲଙ୍କୁ ଭେଟିବା ପାଇଁ ଭଗବନ୍ତଙ୍କୁ ଅନୁମତି 

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉ

mahabharatanews