Uncategorized

ଦେଶରେ ୨ ବାଦୁଡି ପ୍ରଜାତିଙ୍କଠାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ବିଶ୍ୱ ବ୍ୟାପୀ ବିଭିନ୍ନ ଦିଗ ଉପରେ ଗବେଷଣା ଚାଲିଛି । ଏହାରି ମଧ୍ୟରେ ଭାରତୀୟ ଗବେଷକ ଦଳ ଏକ ଉଦ୍ବେଗଜନକ ତଥ୍ୟ ଦେଇଛନ୍ତି । ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା ଦେଇଛନ୍ତି । ଦେଶରେ ଥିବା ଦୁଇ ପ୍ରଜାତିର ବାଦୁଡ଼ି ମଧ୍ୟରୁ ୫୮୬ ବାଦୁଡ଼ିଙ୍କର ନମୁନା ସଂଗ୍ରହ କରାଯାଇଥିଲା । ସେମଧ୍ୟରୁ ୨୫ଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କଠାରେ ଥିବା କରୋନା ଭୂତାଣୁ ଦ୍ୱାରା ମନୁଷ୍ୟଠାରେ ସଂକ୍ରମଣ ହୋଇ ନ ଥିବା ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ପକ୍ଷରୁ କୁହାଯାଇଛି । ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍ଆର୍) କହିଛି ଯେ, ପୁଣେରେ ଏନେଇ ଗତ ୩ ବର୍ଷ ଧରି ଗବେଷଣା ଜାରି ରହିଛି । ଅଧ୍ୟୟନ ପାଇଁ କେରଳ, ଚଣ୍ଡିଗଡ଼, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, ଗୁଜରାଟ, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଗୋଟିଏ ପ୍ରଜାତି ବାଦୁଡ଼ିଙ୍କଠାରୁ ୫୦୮ ନମୁନା ସଂଗ୍ରହ କରାଯାଇଥିଲା । ସେହିପରି କେରଳ, କର୍ଣ୍ଣାଟକ, ଚଣ୍ଡିଗଡ଼, ଗୁଜରାଟ, ଓଡ଼ିଶା, ପଞ୍ଜାବ ଏବଂ ତେଲେଙ୍ଗାନାରୁ ଦ୍ୱିତୀୟ ପ୍ରଜାତି ବାଦୁଡ଼ିଙ୍କଠାରୁ ୭୮ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ କେରଳ, ହିମାଚଳପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁର ୨ ପ୍ରଜାତିଙ୍କ ଠାରେ
କରୋନା ଭୂତାଣୁ ରହିଥିବା ଗବେଷକ କହିଛନ୍ତି ।

Related posts

ତାଲିବାନୀ ଆତଙ୍କୀ ଆକ୍ରମଣ: ୧୭ ନିହତ

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

mahabharatanews

ନୀରବଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ

mahabharatanews