Uncategorized

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ

ବେଙ୍ଗାଲୁରୁ: କେନ୍ଦ୍ରୀୟ ଅପରାଧ ଶାଖା (ସିସିବି)ର ଆର୍ଥିକ ଅପରାଧ ଶାଖା ପକ୍ଷରୁ ବେଙ୍ଗାଲୁରୁର ଏକ କାରଖାନା ଉପରେ ଚଢାଉ କରାଯାଇ ପ୍ର।।ୟ ୫୬ ଲକ୍ଷ ଟଙ୍କାର ସାନିଟାଇଜର ଜବତ କରାଯ।।ଇଛି । ଓ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି । ବଜାର ଚାହିଦାକୁ ନେଇ ବେଙ୍ଗାଲୁରର ଏକ କାରଖାନାରେ ନକଲି ସାନିଟାଇଜର ପ୍ରସ୍ତୁତ ହେଉଥିବା ବେଳେ ଆର୍ଥିକ ଅପର।।ଧ ଶାଖା ପକ୍ଷରୁ ଚଢାଉ କରାଯାଇ ୫୬ ଲକ୍ଷ ଟଙ୍କାର ସାନିଟାଇଜର ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ହରିଆଣା ଖାଦ୍ୟ ଓ ଔଷଧ ପ୍ରଶାସନ ଏକ ନକଲି ସାନିଟାଇଟଜ ପ୍ରସ୍ତୁତ କାରଖ।।ନା ଉପରେ ଚଢାଉ କରି ପ୍ରାୟ ୫ହଜାର ହ୍ୟାଣ୍ଡ ସାନିଟାଇଜର ବଟନ ଜବତ କରିଥିଲା । କରୋନା ସଂକ୍ରମଣ ପ୍ରତିହତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାବୁନ ବା ଆଲକୋହଲ ଥିବା ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶା ଦେଇଛି । ଏହାକୁ ନେଇ ଲୋକେ ବହୁଳ ମାତ୍ରାରେ ସ।।ନିଟାଇଜର କିଣି ଗଛିତ ରଖଉଛନ୍ତି, ଫଳରେ ବଜାରରେ ସାନିଟାଇଜରର ଅଭାବ ଦେଖିବାକୁ ମିଳିଛି । ସାନିଟାଇଜରର ଚାହିଦାକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ କଳାବଜାରୀ, ନକଲି ସାନିଟାଇଜର ବିକ୍ରି ଓ ମଣିଷ କୃତ ଅଭାବ ଉପରେ ଦୃଷ୍ଟି ରଖାଯାଇଛି । ପ୍ରବର୍ତ୍ତନ ଏଜେନ୍ସି ସାନିଟାଇଜର ପ୍ରସ୍ତୁତ କମ୍ପାନୀଗୁଡିକ ଉପରେ ତିକ୍ଷ୍ନ ଦୃଷ୍ଟି ରଖିଛି ।

Related posts

କ୍ଷୁଦ୍ର ପତଙ୍ଗଟିଏ ମଧ୍ୟ ସାଧାରଣ ଜୀବନଯାତ୍ରା ରୋକିପାରେ: ପ୍ରଧାନମନ୍ତ୍ରୀ

mahabharatanews

ଆନ୍ଧ୍ର ରାଜ୍ୟପାଳଙ୍କ ୪ କର୍ମଚାରୀ ସଂକ୍ରମିତ, ସେମାନଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରି

mahabharatanews

ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ସଂକ୍ରମଣରୁ ସୁରକ୍ଷିତ ରଖିବ: ଡବ୍ଲୁଏଚଓ

mahabharatanews