ଅପରାଧଓଡିଶା

୧୬ ହଜାର କଫ୍ ସିରପ୍ ବୋତଲ ଜବତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଯୁବବର୍ଗ କଫ ସିରପ୍କୁ ନିଶାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋରା ବେପାରବୀ । ବାରମ୍ବାର ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି ଏମାନେ ପୁଣି ବେପାର ଜାରି ରଖିଛନ୍ତି । ରବିବାର ବଲାଙ୍ଗୀରରୁ ୧୬ ହଜାର ବୋତଲ କଫ ସିରପ୍ ଜବତ ହୋଇଛି । ୨ ଦିନ ତଳେ ଏଠାରେ ୧୦ ହଜାରରୁ ଅଧିକ କଫ୍ ସିରପ୍ ବୋତଲ ଜବତ କରାଯାଇଥିଲା । ଏହାର ଚାଲାଣକାରୀଙ୍କୁ ଧରିବା ପାଇଁ ବଲାଙ୍ଗୀର ପୋଲିସ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରିଛି । ଏହାର ଚୋରାଚାଲାଣକୁ ନେଇ ଗୁପ୍ତ ସୂଚନା ଦେଲେ ବା ହ୍ୱାଟ୍ସ ଆପ୍ରେ ଯୋଗାଯୋଗ କଲେ କଫ ସିରପ୍ ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।

Related posts

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କା  ଘୋଷଣା

mahabharatanews

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

mahabharatanews

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

mahabharatanews