ଓଡିଶା

୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ : କୋର୍ଟଙ୍କ ନିର୍ଦ୍ଦେଶ ପରେ ଶାଶୁଘର ଚାବି ଫେରାଇବେ ବର୍ଷା । ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ପିଟିସନ ଖାରଜ । ନିର୍ଦ୍ଧାରିତ ସମୟ ପୂର୍ବରୁ ଘର ଛାଡ଼ିବା ସତ୍ୱେ ତାଲା ପକାଇ ସାଙ୍ଗରେ ନେଇଯାଇଥିଲେ ଚାବି । ପରେ ଏନେଇ ଅନୁଭବ ଆପତି ଉଠାଇ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।

ସୋସିଆଲ ମିଡିଆରେ ବିଭିନ୍ନ ମନ୍ତବ୍ୟ ନେଇ ଅନୁଭବ ଭିଡିଓ ସେୟାର କରିଥିଲେ। ଏହା ବର୍ଷାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଥିବାରୁ ଏହାକୁ ନେଇ ଏକ ମାନହାନୀ ମକଦ୍ଦମା କରିବାକୁ କୋର୍ଟ ଆଦେଶ ଦେବାକୁ ବର୍ଷା ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ସେହିପରି ବର୍ଷାଙ୍କ ପକ୍ଷରୁ କୋର୍ଟରେ ଆଉ ଏକ ଆବେଦନ କରାଯାଇ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ପ୍ରାର୍ଥନା କରାଯାଇଥିଲା। ମୂଳ ଆବେଦନରେ ପୁଣିଥରେ ସଂଶୋଧନ କଲେ ଅଯଥା ମାମଲା ବିଳମ୍ବିତ ହେବ ବୋଲି କହିବା ସହ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

mahabharatanews

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

ନାଳରେ ବୁଡି ଯୁବକ ମୃତ

mahabharatanews