(ଲକ୍ଷେ୍ନø): ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ଲଗାଇଥିବା ଏହି ପୋଷ୍ଟରକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା । ଏଥିରେ ବିକ୍ଷୋଭକାରୀଙ୍କ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା । ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଇବା ପାଇଁ କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷେ୍ନø ଡିଭିଜନ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ ରମେଶ ସିହ୍ନା ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ କୋର୍ଟ ରବିବାର ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଛୁଟିଦିନ ଥିବା ସତ୍ତେ୍ୱ ଅଦାଲତ ଚାଲିଥିଲା । ଏହି ଘଟଣା ଦ୍ୱାରା ନାଗରିକଙ୍କ ଗୋପନୀୟତାର ଅଧିକାରର ଉଲଙ୍ଘନ ହୋଇଛି । ଏହାକୁ ସୁଧାରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ଏହି ହୋର୍ଡିଂରେ ୫୩ ଜଣ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଫଟୋ ଓ ଠିକଣା ସ୍ଥାନ ପାଇଥିଲା ।
previous post